ସରିଆଁରେ ନାରୀଶକ୍ତି ଫିଟନେସ ରନ୍ସ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମର ଭାରତୀୟ ଶିଶୁ ମନ୍ଦିରରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୁଲ୍ୟରେ ଓ ଭବାନୀ ଶଙ୍କର ସଂସ୍କୃତିକୁ ଅନୁଷ୍ଠାନର ସହଯୋଗରେ ନାରିଶକ୍ତି ଫିଟନେସ ରନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପ୍ରତଯୋଗିତାରେ ପୂଜା ଜାନୀ ପ୍ରଥମ ସ୍ଥାନ, ସଭ୍ୟା ବାଗ ଦ୍ୱିତୀୟ ସ୍ଥାନ ଏବଂ ପ୍ରତିମା ଜାନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସାହା, ସମ୍ମାନୀତ ଅତିଥି ପ୍ରଧାନ ଆଚାର୍ଯ୍ୟ ଆନନ୍ଦ ଚନ୍ଦ୍ର ଭୋଇ  ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସମ୍ପାଦକ ମିଲନ କୁମାର ଭୋଇ, କୋଷାଧ୍ୟକ୍ଷ ସୌମ୍ୟ ରଂଜନ ସା, ମୂଖ୍ୟ ସଦସ୍ୟ ପ୍ରତ୍ୟୁଷ କୁମାର ଭୋଇ, ଓଁକାର ଭୋଇ, ପପୁ ସାହୁ, ସ୍ଵସ୍ତିକ ଭୋଇ, ଅଜିତ ସାହୁ, ଏବଂ ଉକ୍ତ ବିଦ୍ୟାଳରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଅଙ୍ଗ୍ୱନୱାଡି ୱାର୍କର୍ ଏବଂ ଆଶା କର୍ମୀ ସହିତ ଅଞ୍ଚଳର ୩୦ ଜଣ ପ୍ରତିଭାଗି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.