ଓଡ଼ିଶା ଟାଏକେଣ୍ଡୋ ସଂଘର ନିର୍ବାଚନ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଟକ: ଓଡ଼ିଶା ଟାଏକେଣ୍ଡୋ ସଂଘର ବାର୍ଷିକ ସମ୍ମିଳନୀ ଓ କାର୍ଯ୍ୟ ନିର୍ବାହୀ କମିଟି ନିର୍ବାଚନ ପୁରୀର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଟାଏକେଣ୍ଡୋ ସଂଘର ଉପବିଧି ଅନୁଯାୟୀ ୧୬ଟି ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଘୋଷଣା କରାଯାଇଥିଲା। ନିର୍ବାଚନ ତଦାରଖ କରିବାକୁ ଟାଏକେଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଅଜୟ ଦଲାଲ୍ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ଏଥିରେ ଓଡ଼ିଶା ଟାଏକେଣ୍ଡୋ ସଂଘର ୧୯ ଟି ଅନୁବନ୍ଧିତ ଜିଲ୍ଲା ସଂଘରୁ ଦୁଇ ଜଣ ଲେଖାଏଁ ପ୍ରତିଯୋଗୀ ପ୍ରତିନିଧିତ୍ୱ କରିଥିଲେ। କଟକ ଜିଲ୍ଲା ଟାଏକେଣ୍ଡୋ ସଂଘ ପକ୍ଷରୁ ଆଲୋକ ରଞ୍ଜନ ଚୌଧୁରୀ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଚୌଧୁରୀ ଓଡ଼ିଶା ଟାଏକେଣ୍ଡୋ ସଂଘର ସଂଯୋଜକ ଭାବେ ଗତ ଦୁଇ ବର୍ଷ ଧରି ସୁଚାରୁରୂପେ କାର୍ଯ୍ୟଭାର ତୁଲାଇ ଆସୁଛନ୍ତି। ୪୨ମୌଜା ସ୍ଥିତ ଦଧିବାମନପୁର ଠାରେ ଥିବା ଏ.କେ. ବିଦ୍ୟାମନ୍ଦିରର ଟାଏକେଣ୍ଡୋ ସହ ପ୍ରଶିକ୍ଷକ ଭାବେ ସେ କାର୍ଯ୍ୟରତ। ଶୁଭେଛୁଙ୍କ ଠାରୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି। ପ୍ରକାଶ ଥାଉକି ଏହି ନିର୍ବାଚନରେ ସଭାପତି ଭାବେ  ବ୍ୟୋମକେଶ ଅଭିଳାଷ ପ୍ରସାଦ ଓ ସାଧାରଣ ସମ୍ପାଦକ ଭାବେ  ମନମୋହନ ଭଞ୍ଜ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.