ମେଦିନୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହାରପିକ ପରିମଳ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ହାରପିକ୍ ବିଦ୍ୟାଳୟ ପରିମଳ କାର୍ଯ୍ୟକ୍ରମ କଳାହାଣ୍ଡି ପକ୍ଷରୁ ଅର୍ନ୍ତଜାତୀୟ ମହିଳା ଦିବସ -୨୦୨୪ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ଠାରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାରପିକ୍ ବିଦ୍ୟାଳୟ ପରିମଳ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ତୁଳସୀ ରାମ ନାୟକ ସମ୍ମାନୀତ ଅତିଥି କାଳି ପ୍ରସାଦ ଆଚାର୍ଯ୍ୟ ଡ଼ାକ ପାଳ ଜୁନାଗଡ଼ ଡ଼ାକ ଘର , ଆଶିଷ କୁମାର ପଣ୍ଡା ଉପାଧ୍ଯକ୍ଷ ବିଦ୍ୟାଳୟ ପରିଚାଳନା କମିଟି ପ୍ରମୁଖ ଯୋଗଦାନ କରି ମହିଳା ଦିବସ ପାଳନର ଆଭିମୁଖ୍ୟ ସଂମ୍ପର୍କରେ ଆଲୋକପାତ କରିଥିଲେ ଏହି ପରିପ୍ରେକ୍ଷିରେ ଛାତ୍ର-ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନ ଶୋଭାଯାତ୍ରା , ବାଳିକା ମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ପ୍ରତିଯୋଗୀତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ , ପ୍ରତିଭା ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ସ୍ଥଳେ ସଂଯୁକ୍ତା ଦାଶ, କଲ୍ୟାଣୀ ଦାସ ପରିଚାଳନା ରେ ସହଯୋଗ କରିଥିଲେ ନିଶାମଣୀ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.