କଳାହାଣ୍ଡିର ଉଦୀୟମାନ କ୍ରିକେଟ କମେଣ୍ଟେଟର ଶାଶ୍ବତ ପଣ୍ଡା

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧୀନରେ ଥିବା ହାରାମାଲ ଗ୍ରାମର ପିତା ବିଭୁତି ଭୂଷଣ ପଣ୍ଡା ଓ ସୁଜାତା ପଣ୍ଡାଙ୍କ ପୁଅ ତଥା ଉଦୀୟମାନ କ୍ରିକେଟ କମେଣ୍ଟେଟର ଶାଶ୍ବତ ପଣ୍ଡା ଏବେ କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ପ୍ରଥମେ ନିଜ ଅଞ୍ଚଳର ପ୍ରତ୍ୟେକ କ୍ରିକେଟ ଖେଳରେ ସାଧାରଣ କମେଣ୍ଟଟେଟର ଭାବେ ଧାରା ବିବରଣୀ ପ୍ରଦାନ କରୁଥିଲେ, ପରେ ଧୀରେ ଧୀରେ ଭବାନୀପାଟଣାରେ ଜିଲ୍ଲାସ୍ତରୀୟ କ୍ରିକେଟ ଖେଳରେ ଧାରା ବିବରଣୀ ପ୍ରଦାନ କଲେ। ତାଙ୍କ ପ୍ରତିଭାକୁ ଦେଖି ରାଜ୍ୟ ସ୍ତରରେ କମେଣ୍ଟ୍ରି କରିବା ପାଇଁ ସୁଯୋଗ ମିଳିଥିଲା। ୨୦୨୦ ମସିହାରେ ଭୁବନେଶ୍ୱର ସ୍ଥିତ କିଟ କ୍ରିକେଟ ଷ୍ଟାଡିୟମ ଓ କଟକ ବାରବାଟୀ ଷ୍ଟାଡିୟମରେ ଅନେକ ରାଜ୍ୟ ସ୍ତରୟ ଟୁର୍ଣ୍ଣାମେଣ୍ଟରେ କମେଣ୍ଟ୍ରି କରି ଶ୍ରେଷ୍ଟ କମେଣ୍ଟଟେଟର ଭାବେ ମାନପତ୍ର ପାଇ ପୁରସ୍କୃତ ହୋଇଛନ୍ତି। ବର୍ତ୍ତମାନ ଶାଶ୍ୱତ ଓଡିଶାରୁ ବାହାର ରାଜ୍ୟକୁ ମଧ୍ୟ ଯାଇ କମେଣ୍ଟ୍ରି କରିବାର ସୁଯୋଗ ପାଇଛନ୍ତି। ୨୧ ବର୍ଷୀୟ ଶାଶ୍ବତ ଏବେ ଆନ୍ତଃ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ କ୍ରିକେଟ ଖେଳର କମେଣ୍ଟଟେଟର ଭାବେ ବେଶ ଜଣାଶୁଣା। ଶାଶ୍ବତ ଭବାନୀପାଟଣା କ୍ରିକେଟ କ୍ଲବରେ କମେଣ୍ଟ୍ରି ଅଭ୍ୟାସ କରୁଥିବା ବେଳେ ଚଳିତ ମାର୍ଚ୍ଚ ମାସରେ କର୍ଣ୍ଣାଟକର ଏକ କ୍ରିକେଟ ଖେଳରେ କମେଣ୍ଟ୍ରି କରିବା ସୁଯୋଗ ମିଳିଛି ବୋଲି ଶାଶ୍ବତ ସୂଚନା ଦେଇଛନ୍ତି। ତେବେ କଲମପୁର ଅଞ୍ଚଳ ଏଭଳି ଉଦୀୟମାନ ଯୁବକକୁ ପାଇ ବେଶ୍ ଖୁସିବ୍ୟକ୍ତ କରିବା ସହ ଅଞ୍ଚଳବାସୀଙ୍କ ପ୍ରିୟପାତ୍ର ହୋଇଛନ୍ତି ଶାଶ୍ବତ ପଣ୍ଡା। ଏମିତି ଭଳ ସୁଯୋଗ ମିଳେ ତେବେ କମେଣ୍ଟ୍ରି କରିବା ଅଭ୍ୟାସ ଜାରି ରଖିବା ସହ ଜାତୀୟ ସ୍ତରର ଏକ ଭଳ କମେଣ୍ଟେଟର ହେବା ପାଇଁ ତାଙ୍କ ଲକ୍ଷ୍ୟ ରହିଛି। ଏହି ସଫଳତା ହାସଲ କରିବାରେ ତାଙ୍କର ମା, ବାପା, ପରିବାର ଏବଂ ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି, ତାଙ୍କ ସହଯୋଗରୁ ହିଁ ସେ ଆଜି ଜଣେ ରାଜ୍ୟ ସ୍ତରୀୟ କମେଣ୍ଟଟେଟର ହୋଇ ପାରିଛନ୍ତି ବୋଲି ଶାଶ୍ବତ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.