ଭୁତ ସରସିଙ୍ଗି ପଞ୍ଚାୟତରେ ଖଲ୍ଲିକୋଟ ରାଣୀମାଙ୍କ ପ୍ରଥମ ମାସିକ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୁତ ସରସିଙ୍ଗି ପଞ୍ଚାୟତ ଠାରେ ସ୍ବର୍ଗତ ଖଲ୍ଲିକୋଟ ରାଣୀମାଙ୍କ ପ୍ରଥମ ମାସିକ ସ୍ମୃତି ସଭା ପୁରୁଷୋତ୍ତମପୁର ବ୍ଲକର ବିଜେଡି ସଭାପତି ଚିତ୍ତ ରଞ୍ଜନ ପାଣିଗ୍ରାହୀ ଓ ଭୁତ ସରସିଙ୍ଗି ସରପଞ୍ଚ ମନୋଜ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି | ଏହି ସଭାରେ ବ୍ଲକର ୨୬ଗୋଟି ପଞ୍ଚାୟତ ର ପ୍ରାୟ ୨ ହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷଙ୍କ ସହ ସବୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟାଙ୍କ ସହ ଖଲ୍ଲିକୋଟ ଓ ବେଗୁନିଆପଡା ବ୍ଲକରର ପୂର୍ବତନ ଅଧକ୍ଷମାନେ ଯୋଗ ଦେଇଥିଲେ |

ଏହି ପ୍ରଥମ ସ୍ମୃତି ସଭାରେ ମୁଖ୍ୟ ଆକର୍ଷଣ ଥିଲେ ତାଙ୍କର ପୁରୁରା ତଥା ଉତ୍ତରାଧିକାରୀ ଡକ୍ଟର ସାକେତ ରାମା ରାଓ ଉପସ୍ଥିତ ରହି ସଭାରେ ରଖା ଯାଇଥିବା ସ୍ବର୍ଗତ ରାଣୀମାଙ୍କ ଫୋଟରେ ପୁଷ୍ପ ଅର୍ପଣ କରିଥିଲେ | ତାଙ୍କ ସହ ଅନ୍ୟାନ୍ୟ ଉପସ୍ଥିତ ମଞ୍ଚାସିନ ଅତିଥି ଯଥା ଖଲ୍ଲିକୋଟ ର ବରିଷ୍ଟ ଆଇନ ଯିବି ସୁଧାଂଶୁ ଶେଖର ସାହୁ, ଇଞ୍ଜିନିଅର ଚକ୍ରପାଣି ନାୟଜ, ପୁରୁଷୋତ୍ତମପୁର ବରିଷ୍ଟ ଆଇନ ଯିବି ସ୍ୱରାଜ୍ୟ ପାଣିଗ୍ରାହୀ, ପୂର୍ବତନ ପୁରୁଷୋତ୍ତମପୁରବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ବିଜେଡି ଉପସଭାପତି ଦିଗାମ୍ବର ପାଣିଗ୍ରାହୀ, ଆୟୋଜକ ତଥା ଯୁବ ନେତା ସୀତାରାମ ପାଣିଗ୍ରାହୀ, ବେଗୁନିଆପଡା ବ୍ଲକ ର ପୂର୍ବତନ ବ୍ଲକ ବିଜେଡି ସଭାପତି ତଥା ରାଣୀମାଙ୍କ ସହଯୋଗୀ ବିଜୟ କୁମାର ଦୋରା, ବେଗୁନିଆପଡା ପୂର୍ବତନ ବ୍ଲକ ଅଧକ୍ଷ ଜଗନ୍ନାଥ ସେଠୀ, କବିସୂର୍ଯ୍ୟ ନଗର ପୂର୍ବତନ ବ୍ଲକ ଅଧକ୍ଷ ପିତାମ୍ବର ସେଠୀ, ରାଇପୁର ପଞ୍ଚଯାତ ପୂର୍ବତନ ସମିତି ସଭ୍ୟ ତଥା ଆଇନ ଯିବି ମନୋଜ କାନ୍ତ ପଣ୍ଡା, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, ବଡ଼ ଖରିଡ଼ା ସରପଞ୍ଚ ପ୍ରତିନିଧି ରମେଶ ଚନ୍ଦ୍ର ଡକେଇ, ସିଏଚ ନୂଆଙ୍ଗା ସମିତି ସଭ୍ୟା ଆଭା ପରିଡା, ସୁନାଥର ଗ୍ରାମ ଯୁବନେତା ସୁରେଶ ଚନ୍ଦ୍ର ନାହାକ, ଟଙ୍କାଛାଇ ସରପଞ୍ଚ ପ୍ରତିନିଧି ଅଭିମନ୍ୟୁ ବେହେରା, ମଞ୍ଚାସିନ ରହି ରାଣୀମାଙ୍କ ଫୋଟ ରେ ପୁଷ୍ପ ଅର୍ପଣ କରି ତାଙ୍କର ଜୀବନୀ ଉପରେ ଆଲୋକ ପାତ କରିଥିଲେ |

ସେ କିପରି ମହିଳା ମାନଙ୍କୁ ଭଲ ପାଇବା ସହ ସବୁ ସମୟରେ ଗରିବ, ଅସୁବିଧା, ରୋଗୀ ମାନଙ୍କୁନିଜ ଖର୍ଚ୍ଚ ସହିତ ସରକାରୀ ସାହାଯ୍ୟ କରିବାରେ କେବେବି କୁଣ୍ଠା ପ୍ରକାଶ କରୁନଥିଲେ | ଦୁଈ ଦୁଇଟି ନିର୍ବାଚନ ମଣ୍ଡଳୀ ଜନ ସାଧାରଣ ଙ୍କ ପ୍ରାୟତଃ ମୌଳିକ ସୁବିଧା ଯେପରି କାର୍ଯ୍ୟ କାରି ହୋଇ ପାରିବ ଓ ସେମାନେ ଉପକୃତ ହୋଇ ପାରିବେ ତାଉପରେ ସବୁବେଳେ ଦୃଷ୍ଟି ଦେଉଥିଲେ | ତାଙ୍କର ମୁଖ୍ୟତଃ ରାଜନୈତିକ ବ୍ୟତୀତ ଜନହିତକର କାର୍ଯ୍ୟ ଶିକ୍ଷା, ରାସ୍ତା, ଆଲୋକ, ପାନୀୟ ଜଳ ଯୋଗାଣ, କୃଷି, ସ୍ୱାସ୍ଥ୍ୟ, ବୈଷୟିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଆସୁଥିଲେ | ତାହା ଆଜି ସମସ୍ତଙ୍କ ହୃଦୟ ରେ ଗୁଞ୍ଜରିତ ହୋଇ ଥିଲା |

ଏହି ସଭାରେ ପୂର୍ବତନ ବ୍ଲକ ଅଧକ୍ଷ ଦିଗାମ୍ବର ପାଣିଗ୍ରାହୀ ଭାବ ବିହ୍ଵକ ହୋଇ ରାଣୀମାଙ୍କ ଚେନାଇ ଯାଇଥିବା କଥା କହି ମୁଖ୍ୟ ଅତିଥି ତଥା ରାଣୀମାଙ୍କ ଉତ୍ତରା ଧିକାରୀ ବିଧାୟକ କିମ୍ବା ଆସ୍କା ଏମପି ପାଇଁ ଇଛୁକ ଥିଲେ ଭଲ ହୋଇ ଥାନ୍ତା କହିଥିଲା ବେଳେ ଉପସ୍ଥିତ ବୈଠକ ର ସଭାପତି ତଥା ସଂଯୋଜକ ଚିତ୍ତ ରଞ୍ଜନ ପାଣିଗ୍ରାହୀ ତାଙ୍କୁ ଏହି ସଭାରେ ଏହି ରାଜ ନୈତିକ କଥା ନକହି ବାକୁ ବାରଣ କରିଥିଲେ | ଶେଷରେ ସାକେତ ରାମ ରାଓ ରାଣୀମା ଯେପରି ଖଲ୍ଲିକୋଟ ଓ କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ର ଲୋକ ମାନଙ୍କ ସୁବିଧା ଅସୁବିଧା ବୁଝୁ ଥିଲେ ତାଙ୍କର ଉତ୍ତରାଧିକାରୀ ହିସାବରେ ମଧ୍ୟ ଏହି ଦୁଈ ନିର୍ବାଚନ ମଣ୍ଡଳୀର ଲୋକମାନେ ତାଙ୍କୁ ଯାହା କିଛି ଅସୁବିଧା, ଜଣାଇଲେ ତାହା ଉପରେ ସେ ସମାଧାନ ପାଇଁ ସହଯୋଗ କରିବେ ବୋଲି କହିଥିଲେ | ଶେଷରେ ସରସିଙ୍ଗି ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.