ସୁବର୍ଣ୍ଣପୁର ନଳିନୀ ଛକରେ ମୋଡେଲ ମାର୍କେଟ କପ୍ଲେକ୍ସର ଶିଳାନ୍ୟାସ କଲେ ମନ୍ତ୍ରୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ନଳିନୀ ଛକ ଠାରେ ଆଜି ଡୁଙ୍ଗୁରିପାଲି ଆରଏମସି ତରଫରୁ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମୋଡେଲ ମାର୍କେଟ କପ୍ଲେକ୍ସକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସାଂସଦାୟ ବ୍ୟାପର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ପିତା ନାଏକ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଦାମୋଦର କୈବର୍ତ୍ତ, ତହସିଲଦାର ସୌମ୍ୟ ରୂପା ରଥ ଯୋଗ ଦେଇ ଜିଲ୍ଲାର ସମସ୍ତ କୃଷକ ଓ ସଧାରଣ ଜନତା ଏହି ବଜାରରେ ସୁବିଧା ପାଇ ପାରିବେ ବୋଲି କହିବା ସହ ଏହି ବଜାର ଜିଲ୍ଲାର କୃଷି ଓ କୃଷକଙ୍କୁ ସଶକ୍ତ କରିବାରେ ବିଶେଷ ସହାୟକ ହେବ। ଏଠାରେ ଫୁଡ୍ ଜୋନ, ସିନେପ୍ଲେକ୍ସ, ଗେମ୍ ଜୋନ ମଧ୍ୟ ରହିବ। ଏହା ଅତି ଉନ୍ନତ ମାନର ମାର୍କେଟ କମ୍ପ୍ଲେକ୍ସ ୪ ମହଲା ବିଶିଷ୍ଟ ହେବାକୁ ଥିବା ବେଳେ ଯେମିତି ୧୮ ମାସ ସମୟ ସୀମାରେ କାମ ସମ୍ପୂର୍ଣ୍ଣ ହେବ ସେଥି ପ୍ରତି ମନ୍ତ୍ରୀ ଯତ୍ନବାନ ରହିବାକୁ କହିଥିଲେ।ବଜାର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ସଭାରେ ନିୟନ୍ତ୍ରିତ ବଜାର କମିଟି ଡୁଙ୍ଗୁରିପାଲିର ସମ୍ପାଦକ ଶ୍ରୀ ଉଦିତ ବାବୁ ସଂଯୋଜନା କରିଥିଲେ। ସଭାରେ ଜିଲ୍ଲାର ବହୂ ବୁଦ୍ଧିଜିବୀ, ସଚେତନ ନାଗରିକ, ସ୍ଵଂୟ ସହାୟକ ମହିଳା, ସୋନପୁର ସହରବାସୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.