ଦାବିପୂରଣ ପାଇଁ କଳାବ୍ୟାଜ୍‌ ପିନ୍ଧିଲେ ସାମ୍ବାଦିକ: ପ୍ରେଷ୍ଟିଜ, ପେନସନ ଓ ପ୍ରୋଟେକ୍ସନ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସବୁ ବର୍ଗର ଲୋକଙ୍କ ପାଇଁ କିଛିନା କିଛି ସୁବିଧା ସୁଯୋଗ ଘୋଷଣା କରିଥିବାବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନିରାଶ କରିଛନ୍ତି। ତେଣୁ ଓଡ଼ିଶା ୟୁନିୟନ୍ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ପୁଣିଥରେ ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକସ୍ତରରେ ସାମ୍ବାଦିକମାନେ କଳାବ୍ୟାଜ୍ ପରିଧାନ କରି ପ୍ରତୀକାତ୍ମକ ଆନ୍ଦୋଳନ କରିବା ସହିତ ନିଜର ଦାୟିତ୍ୱ ନିର୍ବାହ କରିବାକୁ ସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଓଡ଼ିଶା ୟୁନିୟନ୍ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ) ପକ୍ଷରୁ ସାମ୍ବାଦିକଙ୍କ ପାଇଁ ମାସିକ ପେନସନ ବ୍ୟବସ୍ଥା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି କରାଯାଇ ଆସୁଛି। ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସାମ୍ବାଦିକମାନଙ୍କ ଏହି ଦାବିପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନନେଲେ ଓୟୁଜେ ପକ୍ଷରୁ ଚରମ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସଂଘ ଘୋଷଣା କରିଛି। ଏହିକ୍ରମରେ ଆଜି ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଲାଞ୍ଜିଗଡ ପ୍ରେସ କ୍ଳବ ଓ ପିଇଡବ୍ଲ୍ୟୁ ମିଡ଼ିଆ ଏସୋସିଏସନ ପକ୍ଷରୁ କଳାବ୍ୟାଜ ପରିଧାନ କରି ପ୍ରତିବାଦ କରିଛନ୍ତି। ଏହାସହିତ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ବରିଷ୍ଠ ସାମ୍ବାଦିକ କୈଳାସ ସାହୁ, ଓୟୁଜେର ଜିଲ୍ଲା ସମ୍ପାଦକ ସୁଶୀଲ କୁମାର ବାଗ, ସନ୍ତୋଷ ତୁଳ, କ୍ଷମାନିଧି ମହାଖୁଡ଼, ପରେଶ କୁମାର ନାୟକ, ଗୋପାଳଦାସ ମହାନନ୍ଦ, ନୀଲେଶ କୁମାର ନାଗ, ଏମ. ଚନ୍ଦ୍ରଶେଖର, ତୁଳସୀରାମ ପ୍ରଧାନୀ, ରମେଶ ନାୟକ, ଧର୍ମେନ୍ଦ୍ର ପଣ୍ଡା, ମଳୟ ବେନୁଆଁ, ମନୋଜ ଦୋରା, ସୁଶାନ୍ତ ମାଝୀ, ଦିଲୀପ ପଟ୍ଟନାୟକ, ପ୍ରଭୁରଞ୍ଜନ ସାମଲ, ଦେବାଶିଷରଞ୍ଜନ ବିଶି, ଦିଲୀପ ନାଏକ, ସାଗର ବେନାଲ, ଦେବାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.