ସହରର ବିଭିନ୍ନ ଅଞ୍ଚଳକୁ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ସଦର ମହକୁମା ସ୍ଥିତ ସ୍ମାର୍ଟ ପାର୍କ, ମଝିପଡା ସ୍କୁଲ, ଖଦାଳ ପଡ଼ା ଅଙ୍ଗନ ୱାଡ଼ି ସେଣ୍ଟର ଓ ୧୦ ନମ୍ବର ୱାର୍ଡର ତଳି ଅଞ୍ଚଳ ବୁଲି ଥିବା ବେଳେ ସ୍ଥାନୀୟ ଲୋକେ ଅସମ୍ପୂର୍ଣ୍ଣ ପୋଖୋରୀକୁ ଶିଘ୍ର ସମ୍ପୁର୍ଣ୍ଣ କରିବା ସହ ନୂତନ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ମୁନସୀପାଲଟି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ୧୧ନମ୍ବର ୱାର୍ଡ ଠାକୁରାଣୀ ପଡ଼ା ତଳିଆ ଅଞ୍ଚଳକୁ ଅଚାନକ ପରିଦର୍ଶନ କରି ବସ୍ତିଲୋକଙ୍କ ସମସ୍ୟା ଓ ସ୍ଥିତି ପରଖିଥିବା ବେଳେ ସ୍ଥାନୀୟ ସମସ୍ୟା ନେଇ ଲୋକଙ୍କୁ ପଚାରି ବୁଝି ଥିଲେ ଜିଲ୍ଲାପାଳ। ସ୍ମାର୍ଟ ପାର୍କ ପ୍ରତିଷ୍ଠା ଠାରୁ ପ୍ରତିଦିନ କେତେ ଲୋକ ଯିବା ଆସିବା କରୁଛନ୍ତି, ଏଣ୍ଟ୍ରି ଫି, ମାସିକ ଫି ଆଦାୟ ଓ ବିଭିନ୍ନ ସମସ୍ୟା ବିଷୟରେ ସ୍ପର୍ଟରେ ଉପସ୍ଥିତ ଥିବା ପୌର ପରିଷଦ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡାଙ୍କୁ ପଚାରି ବୁଝି ଥିଲେ ଏବଂ ପାର୍କର ଶିଶୁ ଉଦ୍ୟାନ, ଜିମ୍ ଅଞ୍ଚଳକୁ ବୁଲି ଦେଖି ଏଠାରେ କାର୍ଯ୍ୟରତ ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳା କର୍ମଚାରୀ ଓ ଅନ୍ୟ ଷ୍ଟାଫ ଙ୍କ କାର୍ଯ୍ଯ ଶୈଳୀ, ବେତନ ଓ ଏହାର ପରିଚାଳନା ବିଷୟରେ ବୁଝିଥିଲେ। ଖରା ବର୍ଷା ଶୀତରୁ ରକ୍ଷା ପାଇବାକୁ ଏଠାକାର ଯୋଗ ମଣ୍ଡପରେ ତୁରନ୍ତ ଏକ ଛାଉଣୀ ନିର୍ମାଣ ପାଇଁ ନିୟମିତ ପ୍ରାତଃ ଭ୍ରମଣ କାରୀ ଓ ଯୋଗାଭ୍ୟାସ କରୁଥିବା ସଦସ୍ୟ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପାର୍କର କେୟାର ଟେକର ହରିଶଙ୍କର ଚୌଧୁରୀ ଓ ପୌର ପରିଷଦର ସାନିଟାରୀ ଇନ୍ସପେକ୍ଟର ଅଜୟ ସ୍ବାଇଁ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.