କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଉପରେ କର୍ମଶାଳା ଓ ଶିବିର

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲା ସମ୍ମିଳନୀ କକ୍ଷରେ କାର୍ଯ୍ୟକ୍ଷେତ୍ରରେ ମହିଳାମାନେ ଯୌନ ଉତ୍ପୀଡ଼ନର କିଭଳି ସମ୍ମୁଖୀନ ହେଉଛନ୍ତି ସେନେଇ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ କଲ୍ୟାଣ ଅଧୀକାରିଣୀ ଝୁନୂ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ, ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ଦୁଷ୍ମନ୍ତ ବେହେରା, ଆଇନଜୀବୀ ପୁଷ୍ପା ମହାପାତ୍ର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ପୋଲିସ ଅଧିକାରୀ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ରହି କାର୍ଯ୍ୟକ୍ଷେତ୍ରରେ ମହିଳା ଶ୍ରମଜିବିଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡ଼ନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ବାଲ୍ଯ ବିବାହ ଉପରେ ମଧ୍ଯ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ବିିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ମହିଳା ପ୍ରତିନିଧି ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ। ଏଥିରେ ଆଦର୍ଶ, ସଖୀ, ଆଡେ ଅଟ ଏକ୍ସନର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ। ସିଡିପିଓ ଶୋଭାଗିନି ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.