ସଇଁତଲାରେ ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନ ରହଣୀ ପାଇଁ ଓଡିଶା ସାମ୍ବାଦିକ ସଂଘ ତରଫରୁ ଡିଆରଏମଙ୍କୁ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ହୋଇଥିବା ବେଳେ ଏଠିକାର ଲୋକେ ଦୂରଦୂରାନ୍ତ ସ୍ଥାନକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି l ଏହି ସଇଁତଲା ରେଳଷ୍ଟେସନରେ ଠାରେ ପୂର୍ବରୁ ଦୁର୍ଗ – ପୁରୀ ଇଣ୍ଟରସିଟି ଟ୍ରେନ ରହି ଆସୁଥିଲା ବେଳେ ଏବେ ଦୁର୍ଗ – ପୁରୀ ଇଣ୍ଟରସିଟି ଟ୍ରେନ ରହୁ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ପରିପେକ୍ଷୀରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ ) ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ପହଂଚି ସଇଁତଲା ରେଳଓ୍ବେ ଷ୍ଟେସନ ମାଷ୍ଟର ସୁରେଶ ଚନ୍ଦ୍ର ପାଢ଼ୀଙ୍କ ଜରିଆରେ ଡିଆରଏମ ସମ୍ବଲପୁର ଡିଭିଜନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଯଦି ଏ ଦିଗରେ ପ୍ରଶାସନ କୋଣସି ହସ୍ତକ୍ଷେପ ଗ୍ରହଣ ନ କଲେ ଆଗାମୀ ୧୫ ଦିନ ମଧ୍ୟରେ ଷ୍ଟେସନ ସମ୍ମୁଖରେ ଧାରଣା ଦେବା ପାଇଁ ନିଷ୍ପତି ନେଇଥିବା ସଂଘ ଚେତାବନୀ ଦେଇଛନ୍ତି l ପ୍ରକାଶ ଯେ, ସଇଁତଲା ରେଳୱ ଷ୍ଟେସନ ପାଇଁ ନବୀକରଣ ପରେ ଇଣ୍ଟରସିଟି ଟ୍ରେନ ରହଣି ପାଇଁ ଅଞ୍ଚଳର ଲୋକେ ବେଶ ଆଶାବାଦୀ ରହିଥିଲେ | କିନ୍ତୁ ଗତ କିଛି ବର୍ଷ ଆଗରୁ ସଇଁତଲାବାସୀ ଉକ୍ତ ଟ୍ରେନ ରହଣି ପାଇଁ ଆନ୍ଦୋଳନ ମଧ୍ୟ କରିଥିଲେ | ଉକ୍ତ ଆନ୍ଦୋଳନ ପରେ ସରକାର ଟ୍ରେନ ରହଣି ପାଇଁ ଆଦେଶ ଦେଇଥିଲେ | ଟ୍ରେନର ରହଣି ପରେ ଭଲ ବ୍ୟବସାୟ ମଧ୍ୟ ହୋଇଥିଲା | ହେଲେ କରୋନା ମହାମାରୀ ପରେ ଟ୍ରେନ ରହଣିକୁ ରେଲୱେ କତୃପକ୍ଷ ବନ୍ଦ କରି ଦିଆଯାଇଥିଲା | କରୋନା ମହାମାରୀ ପରେ ଅନ୍ୟ ଷ୍ଟେସନ ମାନଙ୍କରେ ଦୁର୍ଗ ପୁରୀ ଇଣ୍ଟରସିଟି ରହୁଥିବା ବେଳେ ସଇଁତଲା ଷ୍ଟେସନରେ ରହୁ ନ ଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଗତ କିଛି ମାସ ତଳେ ସମ୍ବଲପୁର ଡିଆରଏମ ସଇଁତଲା ଷ୍ଟେସନକୁ ଆସିଥିବା ବେଳେ ସଇଁତଲା ବିକାଶ ପରିଷଦ ତାଙ୍କୁ ସାକ୍ଷାତ କରି ଟ୍ରେନ ରହଣି ପାଇଁ ଦାବିପତ୍ର ପ୍ରଦାନ କରିଥିଲେ l ଉକ୍ତ ଟ୍ରେନ ରହିବା ପାଇଁ ସେ ପ୍ରତିଶୃତି ମଧ୍ୟ ଦେଇଥିଲେ | ହେଲେ ତାଙ୍କ ଦେଇଥିବା ପ୍ରତିଶୃତି ଦୀର୍ଘ ଦିନ ହେଲା ପରେ ମଧ୍ୟ କୋଣସି କାର୍ଯକାରୀ ହେଲା ନାହିଁ | ଯାହା ଫଳରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି l ଉକ୍ତ ଟ୍ରେନର ରହଣି ହେଲେ ବ୍ୟବସାୟିକ ପେଣ୍ଠସ୍ଥଳି ରାୟପୁର ଓ ଜଗନ୍ନାଥ ଧାମ ପୁରୀକୁ ଯିବା ପାଇଁ ସଇଁତଲା ବ୍ଲକର ୨୨ ଗୋଟି ପଞ୍ଚାୟତ ତଥା ଗୁଡଭେଳା, ତୁଷୁରା ସହିତ ପଡୋଶୀ ଜିଲ୍ଲା କଳାହାଣ୍ଡି ର ଲୋକମାନେ ମଧ୍ୟ ସୁବିଧା ପାଇ ପାରିବେ ବୋଲି ଆଶା ବାନ୍ଧିଛନ୍ତି | ଗତ କିଛି ମାସ ତକେ ଛକୋରବାଞ୍ଜି କୁ ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ ସଇଁତଳା ବ୍ଲକ ପରିଦର୍ଶନରେ ଆସିଥିବା ବେଳେ ତାଙ୍କୁ ସଇଁତଳା ସାମ୍ବାଦିକ ସଂଘ ଭେଟି ଉକ୍ତ ଟ୍ରେନ ର ରହଣି ପାଇଁ ଦାବୀ କରିଥିଲେ | ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ | ଆଗକୁ ନିର୍ବାଚନ ଥିବାବେଳେ ସଇଁତଲା ତଥା ଆଖପାଖ ଅଞ୍ଚଳର ସାମାଜିକ ତଥା ଅର୍ଥନୈତିକ ବିକାଶ ଦୃଷ୍ଟିରୁ ଏ ଦିଗରେ ରେଲୱେ କତୃପକ୍ଷ କେବେ କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା | ଏହି ଦାବୀପତ୍ର ଦେବା ସମୟରେ ସାମ୍ବାଦିକ ବିଶାଳ ଅଗ୍ରୱାଲ, ପ୍ରଦୀପ ବାଗ, ନାରାୟଣ ସାହୁ, ସୁଶାନ୍ତ ମେହେର, ରଞ୍ଜନ ବାଗ, ଚନ୍ଦ୍ରଭାନୁ ପ୍ରଧାନ ଓ ସଇଁତଲା ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.