୪୦ ପ୍ରହର ନାମଯଜ୍ଞରେ ଉନ୍ମତକାଣ୍ଡ: ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିଥିବା ଅଭିଯୋଗରେ ୨ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କରମତଲା ଠାରେ ୪୦ ପ୍ରହର ନାମଯଜ୍ଞ ଚାଲିଥିବା ବେଳେ ବିଳମ୍ବିତ ରାତିରେ ୨ ଜଣ ଯୁବକ ବନ୍ଧୁକ ଦେଖାଇ ଲୋକମାନଙ୍କୁ ଭୟଭୀତ କରିଥିବା ସଇଁତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପୋଲିସ ଥାନା କେସ ନଂ ୧୦୨/୨୪ ଅନୁସାରେ ଦଫା ୨୫/୨୭ ଆର୍ମି ଆକ୍ସ ସହ ୩୪୧/୨୯୪/୫୦୬/୩୪ ଆଇପିସିରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି।ଗିରଫ ଅଭିଯୁକ୍ତମାନେ ହେଲେ ବଙ୍ଗୋମୁଣ୍ଡା ଥାନା ଡୁମେରପଦ ଗାଁର କୁନୁ ଅଦା ଏବଂ ଅନ୍ୟ ଜଣେ ନାବାଳକ ବୋଲି ଜଣାପଡିଛି। ଏମାନଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ, ୨ ଗୋଟି ମୋବାଇଲ ଫୋନ ଓ ଏକ ବାଇକ ଜବତ କରିଛି। ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନ ଘଟଣାର ଅଧିକ ତଦନ୍ତ ଚଲାଇଥିବା ପ୍ରକାଶ କରିଛନ୍ତି। ପ୍ରକାଶ ଯେ, କରମତଲା ଠାରେ ୪୦ ପ୍ରହର ନାମ ଯଜ୍ଞ ଚାଲିଥିବା ବେଳେ ଟ୍ରାଫିକ ସମସ୍ୟା ନେଇ କମିଟିର ଯୁବକମାନେ ବାଇକଗୁଡ଼ିକୁ ସାଇଟରେ ରଖୁଥିବା ବେଳେ ଏହି ସମୟରେ ଜଣେ ନାବାଳକ ସହ ଜଣେ ଯୁବକ ଆସିବା ପରେ ବାଇକକୁ ଅନ୍ୟ ପଟେ ରଖିବା ପାଇଁ କହିଥିଲେ। ଏଥିରେ ଉକ୍ତ ଯୁବକ ଓ ନାବାଳକ ଉତ୍କ୍ଷିପ୍ତ ହୋଇ ଧରିଥିବା ଏକ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ବୋଲି ବାବୁଲା ବାଗ ଅଭିଯୋଗ କରିଥିଲେ। ଏହାପରେ ଖବର ପାଇଁ କମିଟିର କର୍ମକର୍ତ୍ତାମାନେ ପହଂଚି ଉକ୍ତ ଯୁବକମାନଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିଲେ। ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.