କାନକୁଟୁରୁରେ ବିଜେଡିର ମିଶ୍ରଣ ପର୍ବ

କଂଗ୍ରେସ ଓ ବିଜେପି ଦଳରୁ ୫୪ ଜଣ ବିଜେଡ଼ିରେ ସାମିଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିର୍ବାଚନ ପୂର୍ବରୁ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଦେଖିବାକୁ ମିଳୁଛି।  ଶନିବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ସ୍ଥିତ ଧବଳେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ବିଜେଡ଼ି ସଭାପତି ହିମାଦ୍ରୀ ପେସନିଆଙ୍କ ନେତୃତ୍ବରେ କାନକୁଟ୍ରୁ ପଞ୍ଚାୟତଠାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ମଟକେରା, ଦିଆଲବାହିଲି, ବନ୍ଦଟିକିରି, କନ୍ଧବୋରି, କାନକୁଟ୍ରୁ, କୁମାରପଡା, ବଛକା ଓ ଖମନପଡାର ୫୪ ଜଣ କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ। ଏହି କର୍ମୀମାନଙ୍କୁ ବିଧିବଦ୍ଧ ଭାବେ ଉପଢୌକନ ଓ ପୁଷ୍ପଗୁଛ ଦେଇ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି କର୍ମୀମାନେ ବିଜେଡ଼ିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ଗତ ୧୨ ତାରିଖରେ କାନକୁଟ୍ରୁ ପଞ୍ଚାୟତ ସରପଞ୍ଚ ବନମାଳୀ ମାଝୀଙ୍କ ସମେତ ୧୧ ଜଣ ବିଜେଡି ଦଳରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଆଜିର ମିଶ୍ରଣ ପର୍ବରେ ବିଜେଡ଼ି ଦଳ ପକ୍ଷରୁ ସରପଞ୍ଚ ବନମାଳୀ ମାଝୀଙ୍କୁ ଲାଞ୍ଜିଗଡ଼ ବ୍ଳକ ବିଜେଡ଼ି ଯୁବ କାର୍ଯ୍ୟକାରିଣୀ ସଭାପତି ଭାବେ ଘୋଷଣା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ, ଜିଲ୍ଲା ବିଜେଡି ସମ୍ପାଦକ ପାତ୍ର ମାଝୀ, ଲାଞ୍ଜିଗଡ଼ ବିଜେଡ଼ି ଜୋନ୍ ସଭାପତି ଚନ୍ଦ୍ର ଶେଖର ମହାପାତ୍ର, ବରିଷ୍ଠ ବିଜେଡ଼ି କର୍ମୀ ତଥା କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଲ, ଲାଞ୍ଜିଗଡ଼ ପଞ୍ଚାୟତ ବିଜେଡ଼ି ସଭାପତି ଜୟନ୍ତ ମହାଖୁଡ, ବିଶ୍ୱନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ, କାନକୁଟ୍ରୁ ପଞ୍ଚାୟତ ବିଜେଡ଼ି ସଭାପତି ଗୌର ବିଭାର, ବିଜେଡ଼ି କର୍ମୀ ଗଙ୍ଗାଧର ସାହୁ, ମୁରଲୀଧର ସାହୁ, ବନମାଳୀ ମାଝୀ, ଟିକେରାମ ମାଝୀ, ତପମଣି ବିଭାର, ମକରନ୍ଦ ନାଗ, ପରୀକ୍ଷିତ ପ୍ରଧାନୀ, ମକରନ୍ଦ ସାହୁ, ରତ୍ନା ମାଝୀ, ଗୋବିନ୍ଦ ମାଝୀ ପର୍ଶୁଦେବ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.