ପୋଲିସର ଚଢ଼ାଉ, ଛତ୍ରଭଙ୍ଗ ହେଲେ ମାଓବାଦୀ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ମାଓ କ୍ୟାମ୍ପ ଉପରେ ପୋଲିସର ଚଢ଼ାଉ। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଗତ ୧୪ ତାରିଖରେ ସଦର ଥାନା ଅନ୍ତର୍ଗତ ମନସ୍କା ଗାଁ ନିକଟରେ ଥିବା ଗୁଣ୍ଡୁରୀ ସଂରକ୍ଷିତ ଜଙ୍ଗଲ ଏବଂ ଯୁଗସାଇପାଟଣାରେ ମାଓ ଗତିବିଧି ଥିବା ସୂଚନା ମିଳିଥିଲା। ଏହାପରେ ଏସ୍‌ପି ଏବଂ ସିଆରପିଏଫ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀଙ୍କ ନେତୃତ୍ୱରେ ଉକ୍ତ କ୍ୟାମ୍ପରେ ଚଢାଉ କରିଯାଇଥିଲା।ମାଓ କ୍ୟାମ୍ପ୍‌ରୁ ଅନେକ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି। ଜବତ ମାଓ ସାମଗ୍ରୀ ମଧ୍ୟରେ ୫୮ ରାଉଣ୍ଡ ଗୁଳି, ୨ଟି ମାଓବାଦୀ ପୋଷାକ, ୧୦ଟି ଡିଟୋନେଟର, ହ୍ୟାଣ୍ଡ ଗ୍ରେନେଡ଼, ୫ଶହ ଗ୍ରାମ ଗନ୍ ପାଉଡର, ଜିଲୋଟିନ୍ ଷ୍ଟିକ, ଇଲେକ୍ଟ୍ରି ତାର, ୟୁରିଆ, କୁରାଢ଼ି, ମାଓ ବେଲ୍ଟ, ବ୍ୟାଗ୍, ସୋଲଡିଂ ଆଇରନ, ପଲିଥିନ ସିଟ୍, ଚପଲ, ଜୋତା ରହିଛି। ଏହା ସହିତ ଏକ ମାଓ ପୋଷ୍ଟର ମଧ୍ୟ ମିଳିଛି ଯେଉଁଥିରେ ଟାପରଙ୍ଗ ଜଙ୍ଗଲରେ ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା ୩ ମାଓବାଦୀଙ୍କ ମୃତ୍ୟୁର ବଦଲା ନେବା ପାଇଁ ଆହ୍ୱାନ କରାଯାଇଥିବା ବେଳେ ଗାଁ ମାନଙ୍କରେ ଥିବା ପୋଲିସ ଇନଫର୍ମର ମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ କୁହାଯାଇଛି। ଆଜି ଏନେଇ କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅଭିଳାଷ ଜି ଏବଂ ସିଆରପିଏଫ କମାଡେଣ୍ଟ ପଙ୍କଜ ଚୈାଧୁରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.