କଂଗ୍ରେସରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ମଙ୍ଗଳବାର କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଜେଡି ଦଳରେ ମିଶିବା ନେଇ ଖବର ବେଶ ଚର୍ଚ୍ଚାରେ ରହିଥିଲା। ତେବେ ବିଜେଡିରେ ମିଶିବା ନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ଶ୍ରୀ ପାଣିଗ୍ରାହୀ କଂଗ୍ରେସ ଦଳରୁ ଇସ୍ତଫା ଦେବା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀ ପାଣିଗ୍ରାହୀ ନିଜର ସମର୍ଥକଙ୍କ ସହିତ ଭୁବନେଶ୍ୱରରେ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଥିବା ବେଳେ ବୁଧବାର ବିଜେଡିରେ ଯୋଗଦେବେ ବୋଲି ଆଲୋଚନା ହେଉଥିବା ସୂଚନା ରହିଛି। ଶ୍ରୀ ପାଣିଗ୍ରାହୀ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ଟିକେଟରେ ଖଡ଼ିଆଳ ବିଧାନସଭା ଆସନରୁ ଲଢ଼ି ବିଜେଡିର ଲମ୍ବୋଦର ନିଆଲଙ୍କୁ ହରାଇ ବିଧାୟକ ହୋଇଥିଲେ। ତେବେ ବିଜେଡିରେ ଯୋଗଦେବ ଖବର ଚର୍ଚ୍ଚା ପରିସର ଭୁକ୍ତ ହେବାପରେ ଲମ୍ବୋଦର ନିଆଲଙ୍କ ସମର୍ଥକ ମାନେ ଏହାକୁ ବିରୋଧ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.