ନର୍ଲାରୁ ଲଢ଼ିବେ ଭକ୍ତ ଦାସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ୮ ଗୋଟି ରାଜ୍ୟର ପ୍ରଭାରୀ ଦାଇତ୍ବରେ ଥିବାବେଳେ ନିକଟରେ ଦଳ ତାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରିଛି। ଭକ୍ତ ଦାସ ଏହି ଗୁରୁ ଦାୟୀତ୍ୱ ପାଇବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ସେ ନିଜେ ନର୍ଲାରୁ ବିଧାନ ସଭା ଟିକେଟରେ ଲଢିବେ ଏବଂ ଚଳିତ ନିର୍ବାଚନରେ ୧୦୦ ରୁ ଅଧିକ ସିଟ୍‌ରେ କଂଗ୍ରେସ ଜିତିବ ବୋଲି କହିଛନ୍ତି।

Omkar Vasthu
Omkar Vasthu

ବୁଧବାର ବିଜେଡ଼ି ୭୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି। କଂଗ୍ରେସ କେବେ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଏନେଇ ସୂଚନା ଦେଇଛନ୍ତି ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ। ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସେ କହିଛନ୍ତି। କମ୍‌ ଭୋଟ୍‌ରେ ହାରିଥିବା ୬୦ ସିଟ୍‌ ଆଗୁଆ ଘୋଷଣା ହେବ ବୋଲି  କହିଛନ୍ତି ଭକ୍ତ ଦାସ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.