ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ବିଶ୍ବନାଟ୍ୟ ଦିବସ ୨୦୨୪ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ର ଅଗ୍ରଣି ନାଟକ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସ୍ଥାନିୟ ସାହାରା ଟ୍ରଷ୍ଟ ଉଚ୍ଚବିଦ୍ୟାଳୟ ଠାରେ ବିଶ୍ବନାଟ୍ୟ ଦିବସ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବି ଗୋରେଖନାଥ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ନାଟକ ଆମର ଜୀବନର ପ୍ରତିଛବି ଓ ନାଟକ ହିଁ ଆମ ସମାଜକୁ ଉଚିତ ଦିଗଦର୍ଶନ ଦେଇଥାଏ ବୋଲି ଅଭିହିତ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ବରିଷ୍ଠ ନାଟ୍ୟକାର, ନିର୍ଦ୍ଦେଶକ, ଆଶୁକବି ତଥା ବିଶିଷ୍ଟ ଆଇନଜୀବି ଶ୍ୟାମାଓମ୍ ପ୍ରସାଦ ମିଶ୍ର ଯୋଗଦେଇ ଆଧୁନିକ ନାଟକ ଉପରେ ବିଶଦ ଆଲୋଚନା କରି ଗୋଟିଏ କଳାକାର ଜୀବନରେ ସାଧାରଣତଃ ଆଚରଣ ଓ ଉଚ୍ଚାରଣ ସମାନ ହେଲେ ତାହା ସମାଜରେ ପ୍ରତିଫଳିତ ହୋଇଥାଏ ବୋଲି ଦିକ୍ଷାନ୍ତ ବକ୍ତବ୍ୟ ପ୍ରଦାନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଫେସର ମୀନା ମହାରଣା, ବରିଷ୍ଠ ଶିକ୍ଷାବିତ ଗତିକୃଷ୍ଣ ମିଶ୍ର, ବିଶିଷ୍ଟ ସମାଜସେବୀ ଗୋବିନ୍ଦ ମହାରଣା, ଶ୍ରୀବତ୍ସ ମଲ୍ଲିକ ନାଟ୍ୟଚକ୍ର ଅନୁଷ୍ଠାନର ବରିଷ୍ଠ ନାଟ୍ୟକାର, ନିର୍ଦ୍ଦେଶକ ନାଟ୍ୟ ଭିଷ୍ମ ଗଦାଧର ବାରିକ, ପରିଚାଳନା ନିର୍ଦ୍ଦେଶକ ଶିବପ୍ରସାଦ ଗୁରୁ ପ୍ରମୁଖ ସମ୍ମାନିତ ଅତିଥିଭାରେ ଯୋଗଦେଇ ନାଟ୍ୟଚକ୍ର ଅନୁଷ୍ଠାନର ଅଗ୍ରଗତି ସମ୍ପର୍କିତ ଅଲୋଚନା କରିଥିଲେ। ଏହିଅବସରରେ ବରିଷ୍ଠ ଦଣ୍ଡ କଳାକାର ବିପିନ ଜାଲଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ନାଟ୍ୟଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ଜିଲ୍ଲା ଶିଶୁଗୃହର କଳାକାର ମାନେ ବିଭିନ୍ନ ପ୍ରକାର ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିବା ବେଳେ ନାଟ୍ୟଚକ୍ର ଅନୁଷ୍ଠାନର କୁନିକଳାକାର ବିଦୁସ୍ମିତା ଜାଲ, ଶ୍ରିୟା ସାହୁ ,ସ୍ବୀକୃତୀ ମିଶ୍ର, ନୃତ୍ୟପରିବେଷଣକରି ଉପସ୍ଥିତ ଦର୍ଶକ ଙ୍କ ମନମୋହିଥିଲେ। ଏହି ଅବସରରେ ବଡକର୍ଲେ ବୀଣାପାଣି ନାଟ୍ୟ ସଂସଦ ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ “ନାଇଟ ହସପିଟାଲ” ମଞ୍ଚସ୍ଥ ହୋଇଥିବା ବେଳେ ଦର୍ଶକ ବିଳମ୍ବିତ ରାତି ଯାଏ ବେଶ ମଜାନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଯୁବ ନିର୍ଦ୍ଦେଶକ ମନୋଜ କୁମାର ବାରିକ ସୁଚାରୁ ରୂପେ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ, ସୌମ୍ୟକାନ୍ତ ମିଶ୍ର, ପ୍ରୟବ୍ରତ ନାଏକ, ପଞ୍ଚାନନ ନାଏକ, ରଶ୍ମି ରଞ୍ଜନ ମିଶ୍ର, ମିଥୁନ ସାହୁ, ଉମେଶ କୁମ୍ଭାର, ଜିତେନ୍ଦ୍ର ମେହେର, କୌଶିକ ଜାଲ, ବଳଦେବ, ସଞ୍ଜିବ ଥନାପତି, ରମେଶ ନନ୍ଦ, ଗଣପତି ବାଘ, ସିତାକାନ୍ତ ସିଂ, ଧରଣୀଧର ମିଶ୍ର, ରାଜ ମହାନ୍ତି, ଶ୍ରଦ୍ଧାଞ୍ଜଳି ମିଶ୍ର, ହିରଣ୍ମୟୀ ବାରିକ, ଜ୍ୟୋର୍ତିମୟୀ ବାରିକ, ଅଙ୍କିତା କହଁର, ପ୍ରମୁଖ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.