ଗୌତମ ଗମ୍ଭୀର ଓ ବିରାଟ କୋହଲି ପୁଣି ହୋଇଗଲେ ବନ୍ଧୁ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁର: ଆଇପିଏଲର ଗତ ସଂସ୍କରଣରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ବିବାଦ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ନବୀନ ଉଲ ହକଙ୍କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସାଥୀ ଖେଳାଳି ଓ ଅମ୍ପାୟର ସେମାନଙ୍କୁ ଅଲଗା କରିଥିଲେ । ଚଳିତ ସଂସ୍କରଣରେ ଭାରତର ଏହି ଦୁଇ ମହାନ ଖେଳାଳି ପରସ୍ପରକୁ କିପରି ସାମ୍ନା କରୁଛନ୍ତି ସେ ନେଇ ପ୍ରଶଂସକ ଦ୍ୱନ୍ଦ୍ୱରେ ଥିଲେ । କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଅବସରରେ ଏହି ଦୁଇ ଖେଳାଳି ପରସ୍ପରକୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳୁଥିଲା । ଉଭୟଙ୍କ ମଧ୍ୟରେ କୌଣସି ଅଶାନ୍ତି ଥିବା ଭଳି ଅନୂଭବ ହୋଇ ନ ଥିଲା । ଗମ୍ଭୀରଙ୍କ ସହ କୋହଲି କଥା ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.