ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ସଂକଳ୍ପ ଦିବସ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତି କରୁଛନ୍ତି। ଏହି କ୍ରମରେ ଆଜି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ କୋକସରା ବ୍ଲକ ଲଡ଼ୁଗାଁ ଠାରେ କର୍ମୀ ଓ କର୍ମକର୍ତ୍ତାଙ୍କୁ ନେଇ ସଂକଳ୍ପ ଦିବସ ଅନୁଷ୍ଠିତ ହୋଇଛି। ବ୍ଲକ ସଭାପତି ସୁଶାନ୍ତ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଂକଳ୍ପ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନମନ୍ତ୍ରୀ ତଥା ବର୍ତମାନର ଧର୍ମଗଡ଼ ନିର୍ବାଚନ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦେଇ ଆଗାମୀ ନିର୍ବାଚନରେ ବିଜେଡି କିପରି ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବ ଓ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେଥିପାଇଁ କର୍ମୀ ମାନଙ୍କୁ ସକ୍ରିୟ ହୋଇ ପ୍ରତି ବୁଥରେ ବିଜୟୀ ହେବା ପାଇଁ ସଂକଳ୍ପ ଓ ଉତ୍ସାହିତ କରିଥିଲେ। ଏହି ଅବସରରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ବିଦୁଭୂଷଣ ପଟ୍ଟଯୋଶୀ ସମେତ ବିଜେପି ଓ କଂଗ୍ରେସ ଦଳରୁ ପ୍ରାୟ ୫୦ ରୁ ଉର୍ଦ୍ଧ କର୍ମୀ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ, କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ମହିଳା ନେତ୍ରୀ ଅଶୋକା ନାଏକ, ପଙ୍କଜିନୀ ମେହେର, କୋକସରା ସରପଞ୍ଚ କିଶୋର ପ୍ରଧାନୀ, ସରପଞ୍ଚ ସଙ୍ଘ ସଭାପତି ନକୁଳ ନାଏକ, ମୋଟେର ଜୋନ ଜିଲ୍ଲାପରିଷଦ ସଭ୍ୟା ବୈଜୟନ୍ତୀ ପୁଝାରୀ, କୋକସରା ଜୋନ ତ୍ରିନାଥ ବାଗ, ଆମପାଣି ଜୋନ ହେମନ୍ତ ମାଝୀ, ବିଜେଡିରେ ଯୋଗଦେଇଥିବା କୋକସରା ବ୍ଲକର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ବହୁ ଜନପ୍ରତିନିଧି ଯୋଗ ଦେଇ ବିଜେଡିକୁ ତୃଣମୂଳ ସ୍ତରରେ ସୁଦୃଢ କରି ବିପୁଳ ସଂଖ୍ୟାରେ ବିଜୟୀ କରିବାକୁ ସଂକଳ୍ପ କରିଥିଲେ। ଲଡ଼ୁଗାଁ ପଞ୍ଚାୟତ ବିଜେଡି ସଭାପତି ରବୀନ୍ଦ୍ର ନାରାୟଣ ଦାସ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ପଙ୍କଜମୁଖ ଚୌଧୁରୀ କାର୍ଯ୍ୟକ୍ରମ ସଂଯୋଜନା ଓ ବ୍ଲକ ସମ୍ପାଦକ ପଞ୍ଚକ ପୋଡ଼ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.