ମେକ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମେକ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରନ୍ସିପାଲ ଦେବସ୍ମିତା ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ମେନେଜିଂ ଡାଇରେକ୍ଟର ହେମଲାଲ ସତନାମି ଯୋଗଦେଇଥିଲେ। ପ୍ରଥମେ ଅତିଥିଗଣ ଦୀପ ପ୍ରଜ୍ଜ୍ୱଳନ କରିଥିଲେ | ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା | ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ଓ ଡ୍ରାମା ପରିବେସିତ କରାଯାଇଥିଲା । ବିଦ୍ୟାଳୟର ମ୍ୟାନେଜର ତୋରଣଲାଲ ଦଣ୍ଡସେନା ଓ ଶିକ୍ଷୟତ୍ରୀ ଜ୍ୟୋତି ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରି ହେମଲତା ସାହୁ, ରଞ୍ଜିତା ପାତ୍ର, ମୋନାଲିସା ଯୋଶୀ, ଅନୁଷୟା ଶବର ଓ ଇଶା ଜୈନ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ କର୍ମଚାରୀ, ଅଭିଵାବକ ଅଭିଵାବିକା ତଥା ସହରର ଭଦ୍ରବ୍ୟକ୍ତି ବୃନ୍ଦ ଉପସ୍ଥିତ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.