ଏସଡିସି ଅଧକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ାସ୍ଥିତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷଙ୍କ କାର୍ଯ୍ୟାଳୟରେ ଅଧ୍ଯକ୍ଷ ଭଗତରାମ ମାଝିଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଜମିପଟ୍ଟା ଦେବାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ଓ ସମ୍ମାନୀତ ହୋଇଛି । ନୂଆପଡ଼ା ଜିଲ୍ଲାରେ ବହୁ ସଂଖ୍ୟାରେ ଆଦିବାସୀ ଜଙ୍ଗଲ ଜମି ପଟ୍ଟା ପାଇ ଉପକୃତ ହୋଇଛନ୍ତି। ଆଦିବାସୀ ଉନ୍ନୟନ ପରିଷଦ ଗଠନ ପରଠାରୁ ସମାଜର ବିକାଶ ହୋଇଛି। ଏଥିସହ ଆଦିବାସୀଙ୍କ ଦେବାଦେବୀ ପୀଠ, ମନ୍ଦିର ସହ ସଂସ୍କୃତି, ପରମ୍ପରା, ସଭ୍ୟତାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରିରହିଛି | ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କୁ ଘରୋଇ ସ୍କୁଲରେ ଇଂରାଜୀ ଶିକ୍ଷା ଦିଆଯାଉଛି | ଏଥିରେ ଛାତ୍ରାବାସ ସହିତ ସମସ୍ତଙ୍କ ଖାଇବା, ରହିବା ଓ ପାଠ୍ୟକ୍ରମ ଉପକରଣ ମାଗଣାରେ ଯୋଗାଇ ଦିଆ ଯାଉଛି | ଚଳିତ ବର୍ଷ ଜିଲ୍ଲର ସବୁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଛାତ୍ରାବାସ ମରାମତି ହୋଇଛି | ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ , କୃଷି, ଗମନାଗମନ, ପାନୀୟ ଜଳ, ବିଜୁଳି କ୍ଷେତ୍ରରେ ବିକାଶ ହୋଇଛି ବୋଲି ଏସଡିସି ଅଧକ୍ଷ ଶ୍ରୀ ମାଝୀ କହିଛନ୍ତି | ଏହି ସମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ବ୍ଳକ ଉପାଧକ୍ଷ ଦିଲ୍ଲୀପ ନିର୍ମଲକର, ତୁମେଇପାଣି ପଂଚାୟତ ସମିତି ସଭ୍ୟ ତୁରନସିଂ ମାଝି, କୋଟେନଚୁଆଁ ସମିତି ସଭ୍ୟ ଲୋକନାଥ ମାଝି, ବିଜେଡି ଜିଲ୍ଲା ସମ୍ପାଦକ ରବି ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.