ସନ ସାଇନ ସ୍କୁଲରେ ଉତ୍କକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତ କୁମାରୀରେ ଥିବା  ସନ ସାଇନ ଇଣ୍ଟରନେଶନାଲ ସ୍କୁଲରେ ଉତ୍କଳ ଦିବସ ଉତ୍ସବ ମହାଆଡମ୍ବରରେ ପାଳନ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧକ୍ଷ ସୁନୀଲ କୁମାରୀ ମହାନ୍ତିଙ୍କ ସଂଯୋଜନାରେ ଆରମ୍ଭ କରାଯାଇଥିଲା ବେଳେ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ କୁମାର ରଥ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ | ତାରାତାରିଣୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼ଃ ପ୍ରଶାନ୍ତ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ | ଅନ୍ୟତମ ଅତିଥି ତଥା ସମାଜସେବୀ ଏବଂ ଦୈନିକ ଆଶା ସାମ୍ବାଦିକ ଅରୁଣ କୁମାର ଗୌଡ଼ ମଧ୍ୟ ଯୋଗ ଦେଇ ପିଲା ମାନଙ୍କୁ ବହୁତ ଉପଦେଶ ଦେବା ସହ, ରକ୍ତ ଦାନ ବିଷୟ ମଧ୍ୟ ବୁଝାଇ ଥିଲେ | ସଭାପତି ତାଙ୍କର ତେଜସ୍ୱିନୀ ଭାଷଣରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ କେତେ ବାଧା ବିଘ୍ନ ଆସିଛି ତାହାକୁ ଦିବଗନ୍ତ ଜନନାୟକ ତଥା ମହାପୁରୁଷ ମାନଙ୍କ କାର୍ଯ୍ୟ ଦକ୍ଷତା ଓ ତ୍ୟାଗ ବଦଳରେ ଆଜି ଆମେ ଓଡିଶା ରାଜ୍ୟ ଗଠନ କରି ଓଡ଼ିଆ ଭାବେ ଗର୍ବ ଅନୁଭବ କରିପାରିଛେ | ସେହିପରି ଅନ୍ୟତମ ବକ୍ତା ତଥା ଅଧ୍ୟାପକ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦରାଜରମ୍ଭା ରାଜ ପେଲେସରେ ବହୁତ ଥର ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ପାଇଁ ବୈଠକବସିଛି | ଏବଂ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତକ୍ଷ ତତ୍ୱା ବଧାନ ରେ ମାଡ୍ରାସ ଓ ବଙ୍ଗଳା ଠାରୁ କିପରି ଆମ ରାଜ୍ୟ ସ୍ୱତନ୍ତ୍ର ଭାବେ ହୋଇ ପାରିଲା ତାଉପରେ ସୂଚନା ପ୍ରଦାନ କରିଥିଲେ | ସ୍କୁଲର ଅଧକ୍ଷଙ୍କ ମତ ଥିଲା ଏହି ମହାପୁରୁଷ ମାନଙ୍କ ଯୋଗୁଁ ଆଜି ଆମେ ଓଡ଼ିଆ ବୋଲି କହିପାରୁଛେ, ସେତେବେଳର ଓଡିଶା ଓ ଆଜିର ଓଡିଶା ମଧ୍ୟରେ କେତେ ଯେ ସୁଧାର ଆସିଛିତାହା ଯେ କେହିବି ସହଜରେ ଅନୁମେୟ କରିପାରିବ ବୋଲି କହିଥିଲେ |ଏହି ସଭାକାର୍ଯ୍ୟରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଯଥା ସୁବ୍ରତ ନାୟକ, ଯୋଗୀନ୍ଦ୍ର ବେହେର, ଦୀପ୍ତି ରାଣୀ ପଣ୍ଡା, ସୁମ୍ରିତ ସାହୁ, ଅର୍ଜୁନ ନାୟକ, ସୁନିତା ଗୌଡ଼, ସଂଗୀତା ମୁନୀ, ସ୍ଵାଗତିକା ପଣ୍ଡା, ପ୍ରିୟଜିତା ମହାନ୍ତି, ରୀନା ସାମଲ, ପ୍ରୀତିଜିତା ମହାନ୍ତି, ଭାଗ୍ୟଲକ୍ଷ୍ମୀ ପଣ୍ଡା, ବାସନ୍ତୀ ରେଡୀ ପ୍ରମୁଖ ସହଯୋଗ କରିବା ସହିତ ଉତ୍କଳ ଦିବସ ପାଳନ କରି ଆଜି ଆମେ ଗର୍ଵ ଅନୁଭବ କରୁଛେ ବୋଲି କହିଥିଲେ | ଅନୁଷ୍ଠାନର କୁନି କୁନି ଛାତ୍ର, ଛାତ୍ରୀ ମାବେ “ବନ୍ଦେ ଉତ୍କଳ ଜନନୀ” ଗୀତକୁ ସୁନ୍ଦର ଭାବେ ପରିବେଷଣ କରିଥିଲେ । ଶେଷରେ ଅଧ୍ୟକ୍ଷ ସୁନୀଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.