ନୂଆପଡା ଆସନରୁ ଲଢ଼ିବେ ପିସିସି ସଭାପତି ଶରତ ପଟ୍ଟନାୟକ

ନୂଆପଡାରେ ହେବ ବିଗ ଫାଇଟ: ରାଜେନ୍ଦ୍ର vs ଶରତ vs ଅଭିନନ୍ଦନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବିଧାନସଭା ଆସନରୁ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ ଲଢ଼ିବାନେଇ ଘୋଷଣା ହୋଇଯାଇଛି। କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିଛି। ଯେଉଁଥିରେ ୪୯ଟି ବିଧାନସଭା ଆସନ ଓ ୮ ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଳାହାଣ୍ଡି ଲୋକସଭା ଆସନରୁ ଦ୍ରୋପଦୀ ମାଝୀଙ୍କୁ ଟିକେଟ ମିଳିଛି। ତେବେ ନୂଆପଡା ବିଧାନସଭାରେ ବିଜେଡିରୁ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, କଳାହାଣ୍ଡି ସାଂସଦ ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସୁପୁତ୍ର ଅଭିନନ୍ଦନ ପଣ୍ଡା ଏବଂ କଂଗ୍ରେସରୁ ପିସିସି ସଭାପତି ଶରତ ପଟ୍ଟନାୟକ ମୁହାଁମୁହିଁ ହେବେ। ଏକ ବିଗ ଫାଇଟ ଏଥର ନୂଆପଡା ଦେଖିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହା ସହିତ ଲୋକସଭା ଆସନରେ ବିଜେଡିରୁ ଲମ୍ବୋଦର ନିଆଲ, ବିଜେପିରୁ ମାଳବିକା ସିଂ ଦେଓ ଏବଂ କଂଗ୍ରେସରୁ ଦ୍ରୋପଦୀ ମାଝୀ ଫାଇଟ କରିବେ। ବର୍ତ୍ତମାନ ଯାଏଁ କଂଗ୍ରେସ ଓ ବିଜେଡି  ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.