ଧରମବନ୍ଧାରେ ପହଞ୍ଚିଲା ଜବାନଙ୍କ ପାର୍ଥିବ ଶରୀର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଗାଁର ଆଇଆରବି ଜବାନ ପ୍ରମୋଦ ମାଝୀଙ୍କ ପାର୍ଥିବ ଶରୀର ତାମିଲନାଡୁରୁ ମଙ୍ଗଳବାର ସକାଳେ ଶେଷକୃତ୍ୟ ପାଇଁ ଫେରିଛି | ଏହି ପରିପେକ୍ଷୀରେ ଗ୍ରାମବାସୀ ନୂଆପଡା ସଦର ମହକୁମାରୁ ଧରମବନ୍ଧା ଗାଁ ପର୍ଯ୍ୟନ୍ତ ଏକ ଭବ୍ୟ ମୋଟର ସାଇକେଲ ରେଲି ବାହାର କରିଥିଲେ | ଜବାନ ପ୍ରମୋଦ ମାଝୀ ଅମର ରହେ, ଭାରତ ମାତା କୀ ଜୈ ନାରାରେ ପୁର ରୁ ପଲ୍ଲୀ ପ୍ରକମ୍ପିତ ହୋଇଉଠୁଥାଏ | ଗାଁରେ ଜବାନ ପ୍ରମୋଦଙ୍କର ପାର୍ଥିବ ଶରୀର ପହଂଚିବା ପରେ ସମ୍ପୂର୍ଣ ଗାଁ ଶୋଭାଯାତ୍ରାରେ ନଗର ପରିକ୍ରମା କରି ତାଙ୍କର ଘର ସମ୍ମୁଖରେ ପହଂଚିଥିଲା | ସେଠାରେ ଶେଷ ଦର୍ଶନ କାର୍ଯ୍ୟକ୍ରମ କରାଯାଇ ପରେ ଅନ୍ତିମ ସଂସ୍କାର କରିବା ପାଇଁ ଗାଁ ମଶାଣିକୁ ନିଆଯାଇଥିଲା | ପାରେ ପୋଲିସ ଓ ଆଇଆରବି ପକ୍ଷରୁ ଗାର୍ଡ ଅଫ ହନର ପ୍ରଦାନ କରାଯାଇ ଥିଲା | ଜବାନ ପ୍ରମୋଦଙ୍କୁ ତାଙ୍କର ପରିବାର ବର୍ଗ ତରଫରୁ ମୁଖାଗ୍ନି ଦିଆଯାଇଥିଲା | ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ନୂଆପଡା ଆରକ୍ଷୀ ଅଧିକ୍ଷକ ଜି. ଆଇ ରାଘବେନ୍ଦ୍ର, ଆଡିଶନାଲ ଏସପି ଇନ୍ଦ୍ରମଣି ବେହେରା, ଜିଲ୍ଲାପରିଷଦ ସଦସ୍ୟ ଭାରତ ରାଉତ, ବିଜେପି ଯୁବ ମୋର୍ଚା ସଭାପତି ଅଭିନନ୍ଦନ ପଣ୍ଡା, ଆଦିବାସୀ ନେତା ଘାସିରାମ ମାଝୀ, ଭାନୁ ପ୍ରତାପ ସିଂ ମାଝୀ, ବିଜେଡି ନେତା କମଲ ଠାକୁର, ସ୍ଥାନୀୟ ସରପଞ୍ଚ ଭୁବନେଶ୍ୱରୀ ଦଣ୍ଡସେନା, ଭକ୍ତ ବନ୍ଧୁ ଧରୁଆ, ଧର୍ମେଶ ଜୈନ, ସତୀଶ ଜୈନ ପ୍ରମୁଖ ଉପସ୍ଥିତ ରହି ଏହି ଭବ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ | ଏହା ସହିତ ଏହି ଶୋଭାଯାତ୍ରାରେ ଗ୍ରାମବାସୀ ତଥା ଅଖାପାଖ ଅଂଚଳରୁ ଅନେକ ଜନସମୁଦ୍ର ସାମିଲ ହୋଇ ଜବାନଙ୍କୁ ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଦେଇଥିଲେ | ଜବାନ ପ୍ରମୋଦ ମାଝୀ ଅଂଚଳରେ ଯୁବପିଢ଼ି ପାଇଁ ପ୍ରେରଣା ସାଜିଥିଲେ | ତାଙ୍କର ମୃତ୍ୟୁ ଅଂଚଳର ଏକ ବୃହତ କ୍ଷତି ବୋଲି ଲୋକେ କହୁଥିଲେ | ଏନେଇ ଗାଁରେ ଗଭୀର ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା | ଏଠାରେ ପ୍ରକାଶ ଯେ, ପ୍ରମୋଦ ମାଝୀ କିଛି ଦିନ ପୂର୍ବେ ତାମିଲନାଡୁରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.