ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ସୁବର୍ଣ୍ଣପୁର ଏସପି ଶ୍ରୀ ୟଶ ପ୍ରତାପ ଶ୍ରିମାଲ ଶୁଭ ଉଦ୍ଘାଟନ କରି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଅତିରିକ୍ତ ଏସପି ବିରେନ୍ଦ୍ର କୁମାର ନାୟକ, ରକ୍ତ ଦାତା ମନୋଜ ପଣ୍ଡା, ମହିଳା ପୋଲିସ କର୍ମଚାରୀ ଅର୍ପିତା ପଟ୍ଟନାୟକ, ବିଶ୍ଵ ବନ୍ଦିତା ପଟ୍ଟନାୟକ, ସୁଭାଷିନୀ ପଧାନ, ଶୁଭଶ୍ରୀ ଦାଶ, ସଂଗୀତା ପାତ୍ର, ସନ୍ଧ୍ୟା ବାଗ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ରକ୍ତଦାତା ରକ୍ତ ଦାନ କରି ଏସପି ଶ୍ରୀ ଶ୍ରୀମାଲ ଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ। ସୋନପୁର ର ବିଶିଷ୍ଟ ବ୍ୟବସାୟୀ ତ୍ରିଲୋଚନ ପାଣିଗ୍ରାହି ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳି ପାଣିଗ୍ରାହୀ ଦମ୍ପତ୍ତି ଏହି ଶିବିରରେ ପ୍ରଥମେ ରକ୍ତଦାନ କରି ନୂଆ ଓ ମହିଳା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପୋଲିସ୍ କନେଷ୍ଟବଳ ସଂଘ ସଭାପତି ଦିନେଶ ମିଶ୍ର, ରକ୍ତ ଦାତା ସଂଘ ସଭାପତି ମନୋଜ ପଣ୍ଡା, ହାବିଲଦାର ସନ୍ତୋଷ ପାତ୍ର, ଏସପି ଷ୍ଟେନୋ କୃତିବାସ ମିଶ୍ର ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଯେ ବିଗତ ଦୁଇ ବର୍ଷ ରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ କ୍ରମେ ଆମ ପୋଲିସ୍ ବ୍ୟବସ୍ଥା ମାଧ୍ୟମ ରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ସମସ୍ତ ଥାନା ଓ ଫାଣ୍ଡି ରେ ଅନେକ ରକ୍ତ ଦାନ ଶିବିର ସବୁ ଆୟୋଜନ କରି ଦିନକ ରେ ସୋନପୁର ଥାନାରେ ୩୬୪ ୟୁନିଟ, ଉଲୁଣ୍ଡା ଥାନାରେ ୫୦୯ ୟୁନିଟ, ଡୁଙ୍ଗୁରିପାଲି ଥାନାରେ ୫୨୩ ୟୁନିଟ ଓ ସୋନପୁର କଲେଜ ରେ ଦିନକ ରେ ୬୦୫ ୟୁନିଟ୍ ରକ୍ତ ସଂଗ୍ରହ କରି ଜିଲ୍ଲା ରେ ରେକର୍ଡ ସୃଷ୍ଟି କରିବା ସହିତ ରାଜ୍ୟ ପୋଲିସ ବିଭାଗ ର ସୁନାମ ଅର୍ଜନ କରିଛି ।ଏବଂ ରକ୍ତ ଅଭାବ ର ସେହି ସଙ୍କଟ ବେଳେ ଜିଲ୍ଲା ପୋଲିସ ରକ୍ତ ଦାନ ଶିବିର ଆୟୋଜକ ପୋଲିସ୍ କର୍ମଚାରୀ ମନୋଜ ପଣ୍ଡା ଙ୍କ ସଂଯୋଜନାରେ ସ୍ୱଚ୍ଛ ଭାରତ ସଙ୍ଗଠନ, ସୋନପୁର କଲେଜ ଓ ଏନ୍ ସିସି, ବିଜୁ ପଟ୍ଟନାୟକ ମହିଳା କଲେଜ, ଯଶୋଦା ଦେବୀ ନର୍ସିଂ ସ୍କୁଲ, ସହର ର ବିଭିନ୍ନ ସାମାଜିକ ଅନୁଷ୍ଠାନ ର ସହାୟତା ନେଇ ସୋନପୁର ତଥା ପାଖ ପଡ଼ୋଶୀ ଜିଲ୍ଲା ରେ ଦେଖାଦେଇଥିବା ରକ୍ତ ର ଘୋର ଅଭାବ କୁ ସମ୍ପୂର୍ଣ ଦୂର କରି ପାରିଛି। ସୋନପୁର ପୋଲିସର ଏହି ମହତ ସେବା କାର୍ଯ୍ୟକୁ ଜାରି ରଖିବାକୁ ଜିଲ୍ଲା ବାସୀ ଜିଲ୍ଲା ପୋଲିସ କୁ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.