ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ଶକ୍ତି ପ୍ରଦର୍ଶନ

ଖରିଆର ରୋଡରୁ କୋମନା ପର୍ଯ୍ୟନ୍ତ ଶୋଭାଯାତ୍ରା 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେପି ମଙ୍ଗଳବାର ତାର ଶକ୍ତି ପ୍ରଦର୍ଶନ କରିଛି। ଏ ନେଇ ଏକ ବିଶାଳ ଶୋଭାଯାତ୍ରା ଖରିଆର ରୋଡ ଶଙ୍କର ମନ୍ଦିରରୁ ବାହାରି ପ୍ରଥମେ ଖରିଆର ରୋଡ ଓ ପରେ ନୂଆପଡା ନଗର ପରିକ୍ରମା କରିଥିଲା। ଶୋଭାଯାତ୍ରା ନୂଆପଡା ପହଂଚି ସେଠାରେ ପୂର୍ବତନ ମନ୍ତ୍ରୀ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରି କୋମନା ବ୍ଲକ ଟିକ୍ରାପଡ଼ା ଅଭିମୁଖେ ଯାଇଥିଲା। ନୂଆପଡା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଏହି ଶୋଭାଯାତ୍ରାରେ ଉପସ୍ଥିତ ଥିବା ବେଳେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଖରିଆର ରୋଡ ନଗର ଅଧକ୍ଷ ସୋନିଆ ଅଗ୍ରୱାଲ, ବିଜେପି ଯୁବ ନେତା ସଦାନନ୍ଦ ଯୋଶୀ, ତୁଳସ ପଟେଲ, ଗୋଲଡି ଅଗ୍ରୱାଲ, ବିଜୟ ଚନ୍ଦ୍ରପାଳ, ମନୋଜ ସାହୁ ତଥା ଶତାଧିକ କର୍ମୀ ଉପସ୍ଥିତ ଥିଲେ। ବିଜେପି ନୂଆପଡା ଓ କୋମନା ବ୍ଲକର ବିଭିନ୍ନ ବୁଥ ସ୍ତରୀୟ କର୍ମୀଙ୍କ ସାହାଯ୍ୟରେ ଜନସାଧାରଣଙ୍କ ନିକଟତର ହୋଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଭିକ୍ଷା କରୁଛି। ଅଭିନନ୍ଦନ ପଣ୍ଡା ନୁଆଁ ଓ ଯୁବ ଚେହେରା ହୋଇଥିବାରୁ ସାଧାରଣ ଭୋଟର୍ସଙ୍କୁ କେତେ ପ୍ରଭାବିତ କରିପାରିବେ ଏବଂ ବିରୋଧରେ ଥିବା ବିଜେଡିର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଆଦିବାସୀ ସମର୍ଥିତ ପ୍ରାର୍ଥୀ ଘାସିରାମ ମାଝୀଙ୍କ କିପରି ଟକ୍କର ଦେବେ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଅଭିନନ୍ଦନ ପଣ୍ଡା ଯୁବ ଚେହେରା ଭାବେ ଭୋଟର୍ସଙ୍କ ମୁଡ଼କୁ ପରିବର୍ତନର ନାରା ଯୋଗେ ବଦଳାଇବା ଏକ ପ୍ରକାର ବରିଷ୍ଠ ବିପକ୍ଷ ଦଳ ନେତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.