ଜୁନାଗଡ଼ରେ ମା ବୁଡି ଗଂଗାଦୀ ଓ ମା ପରଦେସେନଙ୍କ ଚୈତ୍ର ଯାତ୍ରା ଆରମ୍ଭ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ବୁଡି ଗଂଗାଦୀ ଓ ମା ପରଦେସେନଙ୍କ ଚୈତ୍ର ଯାତ୍ରା ଆଜି ଠୁ ଆରମ୍ଭ ହୋଇଯାଇଛି। ଦିନ ୧୧ଟାରୁ ମାଙ୍କ କଳସ ମନ୍ଦିରରୁ ବାହାରି ଜୁନାଗଡ଼ ବଡପଡା ସ୍ଥିତ ଜିତେନ୍ଦ୍ର ହେଣ୍ଡିଆଙ୍କ ଘରୁ ବେହେନ ଛିନି ସାରିଲା ପରେ ସହର ପରିକ୍ରମା କରିଥିଲେ। ରାତି ଆଠଟାରେ ପୁଣି ମା ଭକ୍ତଙ୍କୁ ଦର୍ଶନ ଦେଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏମିତି ପାଞ୍ଚ ଦିନ ମାଙ୍କ ଯାତ୍ରା ଚାଲିବ ବୋଲି ମନ୍ଦିର ମୁଖ୍ୟ ପୂଜକ କୁନୁ ବାଣୁଆ ଓ ସୁରଥ ପୂଝାରୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.