ଭାରତୀୟ ଜନତା ପାର୍ଟି ଏମପି ପ୍ରାର୍ଥିନୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ସାମ୍ୱାଦିକ ସମ୍ମିଳନୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ମାରୱାଡି ଧର୍ମଶାଳାରେ ବିଜେପି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମପି ପ୍ରାର୍ଥୀନୀ ସଙ୍ଗୀତା ସିଂଦେଓ ଓ ବିଧାନସଭା ପ୍ରାର୍ଥୀ ପ୍ରମୋଦ ମହାପାତ୍ର ଉପସ୍ଥିତ ରହି ସାମ୍ୱାଦିକ ମାନଙ୍କୁ ସୂଚନା ଦେଇଥିଲେ ଯେ ଗତ ୧୫ ବର୍ଷ ଧରି ସ୍ଥାନୀୟ ବିଧାୟକ ତଥା ବିଭିନ୍ନ ବିଭାଗର ମନ୍ତ୍ରୀ ରହି ଆସିଥିବା ନିରଞ୍ଜନ ପୂଜାରୀଙ୍କ ବିଜେଡି ସରକାର ସମୟରେ ସୁବର୍ଣ୍ଣପୁରର କୌଣସି ଆଖି ଦୃଶିଆ ବିକାଶ ହୋଇନାହିଁ। ଶିଳ୍ପ ବିହୀନ ଜିଲ୍ଲାରେ ଦାଦନ ମୁଖ୍ୟ ସମସ୍ୟା ସହ ସହରର ମୁଖ୍ୟ ମାର୍କେଟ ରାସ୍ତା ଶୋଚନୀୟ, ଏକ ମାତ୍ର ରିଙ୍ଗ ରୋଡ ୧୩ ବର୍ଷ ହେଲା ଅସମ୍ପୂର୍ଣ୍ଣ, ଟିଉରିଜମ୍ ଉପରେ ଅବହେଳା ଚରମ ସୀମାରେ ପହଞ୍ଚିଥିବା କହିଥିଲେ। ଏବଂ କେନ୍ଦ୍ରର ବିଜେପି ସରକାର ସବୁବେଳେ ସୁବର୍ଣ୍ଣପୁର ଜିଲ୍ଲାକୁ ପ୍ରାଧାନ୍ୟ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ, ଦୀର୍ଘଦିନର ସ୍ବପ୍ନ ରେଳ ଚଳାଚଳ ଇତ୍ୟାଦି ବିକାଶ ମୂଳକ କାର୍ଯ୍ୟ କରି ଆସିଥିବା କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଏକ ବହୁତ ପ୍ରାଚୀନ ମନ୍ଦିର ମାଳିନୀ ସହର ଏଠାରେ ବିଜେପି ଆସିଲେ ତ୍ରିବେଣୀ ସଙ୍ଗମ ସହ ସବୁ ପୁରାତନ ମନ୍ଦିର, ପାତାଳୀ ଶ୍ରୀକ୍ଷେତ୍ର, ପାପକ୍ଷୟ ଘାଟ, ଚରଦା ମନ୍ଦିର, ଭୀମଭୋଇ ମହିମା ଗାଦିର ବିକାଶ ସହ ଟିଉରିଜମ ଓ ଚାଷୀଙ୍କ ଜଳସେଚନ ଉପରେ ବିଶେଷ ଧ୍ୟାନ ଦିଆଯିବା ସହ ସ୍ୱତନ୍ତ୍ର ପ୍ୟାକେଜ ଆଣି ଆଗମୀ ଦିନରେ ଜିଲ୍ଲାର ଅର୍ଥନୈତିକ ବିକାଶ କରିବାକୁ କହିଥିଲେ। ଏବଂ ଏହା କରିବାକୁ ହେଲେ ଡବଲ ଇଞ୍ଜିନ ସରକାର ଦରକାର ଏଥି ପାଇଁ ତାଙ୍କୁ ଓ ବିଧାନସଭା ପ୍ରାର୍ଥୀ ଉଭୟଙ୍କୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସାମ୍ୱାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର ଓ ସୁରେଶ ବିଶ୍ଵାଳ ମଧ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.