ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରିତ “ସଂପୃକ୍ତି” କର୍ମଶାଳା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଲମପୁର ବ୍ଲକର ଅଚ୍ୟୁତାନନ୍ଦ ହାଇସ୍କୁଲ, ଧନପୁର ପରିସରରେ ଜାତୀୟ ଶିକ୍ଷାନୀତି-୨୦୨୦ ଅନ୍ତର୍ଗତ ବିଦ୍ୟାଳୟ ମୁଖ୍ୟଙ୍କ ପାଇଁ ଉଦ୍ଧିଷ୍ଟ ଚାରିଦିନିଆ “ସଂପୃକ୍ତି” କର୍ମଶାଳା ଉଦଯାପିତ ହୋଇଯାଇଛି। ଏଥିରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମଧୁସ୍ମିତା ନାଏକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି ଭବାନୀପାଟଣାର ଶିକ୍ଷକ ପ୍ରଶିକ୍ଷକ ରାଜେଶ କୁମାର ଭୋଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶୀଲ କୁମାର ମୁଣ୍ଡ, ବିଜମରା ସିଆରସିସି ସତ୍ୟାନନ୍ଦ ନାଏକ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ସାଧନକର୍ମୀ ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡିର ଶିକ୍ଷକ ପ୍ରଶିକ୍ଷକ ରାଜେଶ କୁମାର ଭୋଇ, ଶୁଭେନ୍ଦୁ କୁମାର ପଣ୍ଡା, ମନ୍ମଥ କୁମାର ମିଶ୍ର ଏବଂ ଗୋଲେଖ ବାଗ ପ୍ରଶିକ୍ଷଣ ପରିଚାଳନା କରିଥିଲେ। ଏହି କର୍ମଶାଳାରେ କଲମପୁର ଓ ଜୟପାଟଣା ବ୍ଲକର ସର୍ବମୋଟ ୫୦ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.