ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ବ୍ଲକ ଅନ୍ତର୍ଗତ ହାସିମପୁର ଗ୍ରାମର ଆଦର୍ଶ ଶିକ୍ଷକ ଅମୂଲ୍ୟଚନ୍ଦ୍ର ଦାସଙ୍କର ଗୁରୁବାର ଦିନ ମଧ୍ୟାହ୍ନରେ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ସ୍ୱର୍ଗତ ଦାସ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିଲେ । ସ୍ଵର୍ଗତ ଦାସ ରସଲପୁର ପ୍ରାଥମିକ ବିଦ୍ୟାଳୟରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରି ବେଲି ପ୍ରାଥମିକ ବିଦ୍ୟାଳୟ ପରେ ଶ୍ରୀରାମପୁର ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ୧୯୯୨ ମସିହାରେ ଅବସରଗ୍ରହଣ କରିଥିଲେ । ସ୍ୱର୍ଗତ ଦାସ ଜଣେ ଆଦର୍ଶ ଶିକ୍ଷକ ଭାବରେ ନିଜ ଅଂଚଳରେ ବେଶ୍ ଖ୍ୟାତି ଅର୍ଜନ କରିପାରିଥିଲେ। ୧୧ ତାରିଖ ଗୁରୁବାର ମଧ୍ୟାହ୍ନରେ ସ୍ଵର୍ଗତ ଦାସଙ୍କ ଦେହାନ୍ତ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି, ଗ୍ରାମବାସୀ ତଥା ପୁରାତନ ଛାତ୍ର ତାଙ୍କ ବାସଭବନରେ ଉପସ୍ଥିତ ହୋଇ ଶେଷ ଦର୍ଶନ କରିବା ସହ ଅମରଆତ୍ମାର ସଦଗତି କାମନା କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଚାରି ପୁତ୍ର ମୁରଲୀ, ସୁବାଷ, ସୁଶାନ୍ତ ଓ ଶୁଭେନ୍ଦୁ ଏବଂ ଏକମାତ୍ର କନ୍ୟା ସନ୍ଧ୍ୟା ମହାପାତ୍ର, ଜାମାତା ପୂର୍ଣଚନ୍ଦ୍ର ମହାପାତ୍ର, ପୁତ୍ରବଧୂ ଧରିତ୍ରୀ ଜ୍ୟୋର୍ତିମୟୀ, ସନ୍ଧ୍ୟା ଏବଂ ‘ସେଇଠୁ ଆରମ୍ଭ’ର ସଂପାଦକ ଶୁଭେନ୍ଦୁ ଦାସ, ନାତିନାତୁଣୀ ଓ ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ଥିଲେ । ପରେ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।