ଆମପାଣି ପୁଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚଳିତ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଶାନ୍ତିଶୃଙ୍ଖଳା ଓ ଅବାଧ ନିରପେକ୍ଷ ନିର୍ବାଚନ ଲାଗି ଶୁକ୍ରବାର କୋକସରା ବ୍ଲକ ଆମପାଣି ଥାନା ପୁଲିସ ପକ୍ଷରୁ କାଉଡୋଲାଠାରେ ଫ୍ଳାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ କ୍ରମେ ଆମପାଣି ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କ ନେତୃତ୍ବରେ ପୁଲିସ କର୍ମଚାରୀ ଓ ସିଆରପିଏଫ ଯବାନ ମାନେ କାଉଡୋଲା ହାଇସ୍କୁଲଠାରୁ ବାହାରି ଗାଁ ପରିକ୍ରମା ସହ ଫ୍ଳାଗ୍ ମାର୍ଚ୍ଚ କରି ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏସ୍ଆଇ ମନୋଜ କୁମାର ନାଏକ, ଗୌରୀ ଜାନୀ ସମେତ ସିଆରପିଏଫ ଯବାନ ମାନେ ଓ ପୁଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.