ଗ୍ରହାଣୁ ସନ୍ଧାନ ଅଭିଯାନରେ ସାମିଲ ହୋଇ କୃତିତ୍ୱ ଅର୍ଜନ କଲେ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ ନର୍ଲାରୋଡର ଛାତ୍ରଛାତ୍ରୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜ୍ଞାନ ପ୍ରସାର, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ, ଭାରତ ସରକାର ଙ୍କ ଅଧୀନରେ ଥିବା ଡକ୍ଟର କଲାମ ବିଜ୍ଞାନ କ୍ଲବ, ଆନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଅନୁସନ୍ଧାନ ସଂଗଠନ ତଥା ନାସା ର ମିଳିତ ପ୍ରୟାସ ରେ ଆୟୋଜିତ ହୋଇଥିବା ଗ୍ରହାଣୁ ସନ୍ଧାନ ଅଭିଯାନରେ ବିଭିନ୍ନ ରାଜ୍ୟର ଦଶଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡିଶାର ପଠାଣି ସାମନ୍ତ ବିଜ୍ଞାନ କ୍ଲବ, ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ ନର୍ଲାରୋଡର ୧୦ ଜଣ ଛାତ୍ରଛାତ୍ରୀ ଭାଗନେଇ ଥିଲେ। ଛାତ୍ରଛାତ୍ରୀ ମାନେ ରାଜ୍ୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କ ଠାରୁ ତାଲିମ ଗ୍ରହଣ କରିଥିଲେ। ଅନ୍ୟ ଦଳ ମାନଙ୍କୁ ଝାନସୀ ରାଣୀ ସାହୁ ପ୍ରଶିକ୍ଷଣ ପ୍ରଦାନ କରି ଥିଲେ। ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଥିବା ଦଶଟି ଦଳ ୬ ଟି ପ୍ରାଥମିକ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ଏହି ଅଭିଯାନକୁ ଓଡିଶାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିସ୍ତାର କରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ର ବିକାଶ ପାଇଁ ଜାତୀୟ ସଂଯୋଜକ ଶ୍ରୀ ନିରଂଜନ ବେହେରାଙ୍କ ପ୍ରୟାସ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.