ଗୋପାଳପୁର ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡ଼ିଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲାଞ୍ଜଗଡ଼ ବ୍ଲକ ଅଧିନସ୍ଥ ଗୋପାଳପୁର ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡ଼ିଲା। ଗୋପାଳପୁରରେ ପ୍ରତିବର୍ଷ ଏ ସମୟରେ ଅନୁଷ୍ଠିତ ହୋଇଥାଏ ୧୬ ପ୍ରହର ନାମଯଜ୍ଞ। ଚଳିତ ବର୍ଷ ଏହି ୧୬ ପ୍ରହର ନାମଯଜ୍ଞରେ ଆୟୋଜକ ଗୋପାଳପୁର, ବୃନ୍ଦାବାହାଲ, ଖାଇଙ୍ଗ , ବଫଲା, ନୂଆପଡ଼ା, ରାକ୍ସୀ, କନ୍ଦାଖାଲ, କେନ୍ଦୁମୁଣ୍ଡି ପ୍ରଭୃତି ୮ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ।ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ଓ ଗାୟକ ମାନଙ୍କ ସମାଗମ ଘଟିଥିଲା। ଦୁଇଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିଥିଲା। ପୂଜକ ଭାବରେ ପଣ୍ଡିତ ସହଦେବ ପାଢ଼ୀ ପୂଜନ କାର୍ଯ୍ଯ ସମ୍ପାଦନ କରିଥିବା ବେଳେ ଯଜ୍ଞ କର୍ତ୍ତା ଭାବରେ ଶ୍ରୀମତୀ ସୁନନ୍ଦା ପାଢ଼ୀ ଓ ଅନୀଲ କୁମାର ପାଢ଼ୀ ଦାୟୀତ୍ବ ନିର୍ବାହନ କରିଥିଲେ। ଦୁଇଦିନ ଧରି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ ଘଟିଥିଲା। ପ୍ରତ୍ୟହ ମଧ୍ୟାହ୍ନ ଓ ରାତିରେ ଅନ୍ନଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଗୋପାଳପୁର ନାମଯଜ୍ଞ କମିଟି ନାମଯଜ୍ଞ ପରିଚାଳନା କରିଥିଲେ। ଦାଧିହାଣ୍ଡି ନଗର ପରିକ୍ରମା ପରେ ପୂର୍ଣ୍ଣାହୂତି ପଡ଼ିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.