କିଡିଙ୍ଗ ଛକରେ ଚଳନ୍ତା ଟ୍ରଲରରେ ଲାଗିଲା ନିଆଁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ଛକ ନିକଟରେ ଏକ ଚଳନ୍ତା ଆଲୋମିଲିୟମ ବୋଝେଇ ଟ୍ରଲରରେ ଲାଗିଲା ନିଆଁ। ନିଆଁ ଲାଗିବା ଦେଖି ଟ୍ରକରୁ ଡ୍ରାଇଭର ଓହ୍ଲାଇ ପଡ଼ିଥିଲେ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ନିଆଁ ଲିଭି ନଥିଲା। ତେବେ ଖବର ପାଇ ଘଟଣାସ୍ଥଳରେ ନର୍ଲା ଓ ଲାଞ୍ଜିଗଡ଼ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନାଯୋଗ୍ୟ, ଆଲୋମିଲିୟମ ବୋଝେଇ ଟ୍ରଲରଟି ବିଶାଖାପାଟଣାରୁ ରାୟଘର ଅଭିମୁଖେ ଯାଉଥିଲାବେଳେ କିଡିଙ୍ଗ ଛକ ନିକଟରେ ୬:୩୦ ସମୟରେ ଚକ ଫାଟିବା ଯୋଗୁଁ ଗାଡିରେ ନିଆଁ ଲାଗିଯାଇଥିଲା। ଏସଂପର୍କରେ ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମିନାରାଓ ଶବର, କନେଷ୍ଟବଳ ବିଶ୍ଵନାଥ ମହଲା ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.