ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ଶ୍ରୀରାମ ନବମୀ ପର୍ବ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ବିଭିନ୍ନ ସ୍ଥାନରେ ଧୂମଧାମରେ ଶ୍ରୀ ରାମ ନବମୀ ପାଳିତ ହୋଇଯାଇଛି। ସହର ର ମଝିପଡା ସ୍ଥିତ ରାମଜୀ ମନ୍ଦିର ଠାରେ ଶ୍ରୀ ରାମ ନବମୀ ଅବସରରେ ପୂଜାର୍ଚ୍ଚନା ସହ ହୋମ, ଅଷ୍ଟ ପ୍ରହରୀ ନାମଯଜ୍ଞ ଓ ନଗର କୀର୍ତ୍ତନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞରେ କର୍ତ୍ତା ଭାବେ ଶ୍ରୀ ଚମରା ରାମ ତ୍ରୀପାଠୀ ଓ ଖିତିଶୁତା ତ୍ରିପାଠୀ କାର୍ଯ୍ଯ ତୁଳାଇ ଥିବା ବେଳେ ମୁଖ୍ୟ ପୂଜକ ଭାବେ ଡୁଗୁ ମିଶ୍ର ଓ ଚୈତନ୍ୟ ପୁଝାରୀ କାର୍ଯ୍ୟ ତୁଳାଇ ଥିଲେ। ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ଶ୍ରୀରାମ ପ୍ରଭୂ ଙ୍କ ଦର୍ଶନ କରି ପ୍ରଭୂ କୃପା ଲାଭ କରିଥିବା ବେଳେ ରାମଜୀ ମନ୍ଦିର କମିଟି ର ବରିଷ୍ଠ ସଦସ୍ୟ ବୃନ୍ଦାବନ ଦଳାଇ, ମନବୁଧ ଭୋଇ, ପଦ୍ମ ନାଭ ପାଢ଼ୀ, ଭକୋଡୋ ସ୍ବାଇଁ, ଲଡୁ କିଶୋର ମଲ୍ଲିକ, ପୀୟୁଷ ପଣ୍ଡା, ପ୍ରତାପ ଦାଶ, ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଦୀର୍ଘ ୬୩ ବର୍ଷ ଧରି ସୋନପୁର ମଝିପଡ଼ା ଠାରେ ଏହି ରାମ ନବମୀ ଉତ୍ସବ ଓ ନାମ ଯଜ୍ଞ ପାଳନ ହୋଇ ଆସୁଛି। ଏଵଂ ସ୍ୱର୍ଗୀୟ ଘାସିରାମ ତ୍ରୀପାଠୀ ଓ ଚମରା ସାହୁ ଏହାର ପ୍ରତିଷ୍ଠାତା ସଭ୍ୟ ଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.