ବିଜେପି ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ସାଧାରଣ ନିର୍ବାଚନ ଅତି ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ମାନେ ଏବେ ନିଜ ନିଜ ଦଳିୟ କର୍ମକର୍ତ୍ତା ମାନଙ୍କୁ ନେଇଁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ଗାଁ ଗାଁ ବୁଲି ସମସ୍ତଙ୍କ ସହ ଖୋଲା ଆଲୋଚନା କରୁଥିବା ମଧ୍ୟ ସାମ୍ନାକୁ ଆସୁଛି । ଠିକ ସେହିପରି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ସୁଧିର ରଞ୍ଜନ ପଟ୍ଟଯୋଶୀ ଗୁରୁବାର କୋକସରା ବ୍ଲକ ର ଲଡୁଗାଁ,ସୁପାଡ, ବରାଡଙ୍ଗା, ପାତ୍ର ବସା, କନ୍ଦାଗଡ଼, ଭଲି ଅନେକ ଗାଁ ବୁଲି ନିଜ ସମର୍ଥକମାନଙ୍କୁ ସାକ୍ଷାତ କରି ବୈଠକ କରି ବା ସହ ଜନସାଧାରଣ ଙ୍କୁ ବିଜେପି ଦଳ ପ୍ରତି ଏବଂ ମୋଁ ପାଇଁ ଆପଣ ମାନଙ୍କର ବିପୁଳ ସମର୍ଥନ ରହୁ ବୋଲି ନିବେଦନ କରୁଥିବା ଦେଖିବାକୁ ମିଳିଛି । ଏଥିରେ ଆମପାଣି ମଣ୍ଡଳ ବିଜେପି ସଭାପତି ଅର୍ଜୁନ ଭାଟି, ଉପ ସଭାପତି ଚକ୍ରଧର ବେଶ୍ରା, ସାଧାରଣ ସମ୍ପାଦକ ସନ୍ତୋଷ ମାଝୀ, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନି, କୋକସରା ପ୍ରଭାରୀ ଗରୁଡ ଧ୍ୱଜ ମାଝି, ନରେନ୍ଦ୍ର ପ୍ରଧାନୀ,ଗୋପାଳ ଅଗ୍ରୱାଲ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସରୋଜ କୁମାର ଶବର, ଶୁଶିଲ ପାଢ଼ୀ, ତୁଲାରାମ ନାଏକ, ଜିଲ୍ଲା ପ୍ରତିନିଧି ଭଜମନ ନାଏକ, ମହିଳା ସଭାନେତ୍ରୀ ଧରିତ୍ରୀ ବାଗ, ଯୁଗଳ କିଶୋର ନାଏକ, କୃଷ୍ଣ ନାଏକଙ୍କ ସମେତ ଅନେକ ଦଳୀୟ କର୍ମକର୍ତ୍ତା ମାନେ ସାମିଲ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.