ଡୋକରୀଚଞ୍ଚରାରେ ଶ୍ରୀରାମ ନବମୀ ଓ ଗୁଡ଼ହାଣ୍ଡି ମହୋତ୍ସବ: ସାମିଲ ହେଲେ ବିଜେଡ଼ି କଳାହାଣ୍ଡି ସାଂସଦ ପ୍ରାର୍ଥୀ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଡୋକରୀଚଞ୍ଚରା ଠାରେ ଶ୍ରୀରାମ ନବମୀ ଉପଲକ୍ଷେ ଚାଲିଥିବା ଗୁଡହାଣ୍ଡି ମହୋତ୍ସବରେ ଗୁରୁବାର କଳାହାଣ୍ଡି ଲୋକସଭା ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଯୋଗ ଦେଇଛନ୍ତି। ଶ୍ରୀନିଆଲ ନିଜର ଶହ ଶହ ସମର୍ଥକଙ୍କ ଗ୍ରହଣରେ ଡୋକରୀ ଚଞ୍ଚରା ପହଞ୍ଚି ଶ୍ରୀରାମ ମନ୍ଦିର ଦର୍ଶନ କରିବା ସହ ଭଗବାନଙ୍କ ନିକଟରେ ଆଶିର୍ବାଦ ଭିକ୍ଷା କରିଥିଲେ।  ମହୋତ୍ସବରେ ସାମିଲ ହୋଇଥିବା ଅଞ୍ଚଳର ହଜାର ହଜାର ଲୋକଙ୍କ ସହିତ ଆଳାପ ଆଲୋଚନା କରି ବିଜେଡ଼ିକୁ ରେକର୍ଡ ସଂଖ୍ୟାରେ ବିଜୟୀ କରାଇବା ପାଇଁ ଅନୁରୋଧ କରିଥିଲେ ଶ୍ରୀ ନିଆଲ। ଏଥି ପୂର୍ବରୁ ସାଂସଦ ପ୍ରାର୍ଥୀ ଶ୍ରୀ ନିଆଲ ନିଜ ସାଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳକୁ ଗସ୍ତକରି ଲୋକଙ୍କ ନିକଟତର ହୋଇଛନ୍ତି। ଡୋକରୀ ଚଞ୍ଚରା ବ୍ୟତିତ ଶ୍ରୀ ନିଆଲ କନ୍ଦାଖାଲ, ବଡଘୁମର ରାମ ଚିରିତ୍ର ମାନସ, ଗୋଲାମୁଣ୍ଡା ନାମଯଜ୍ଞ, ଖମାରହଲଦି, ବୃନ୍ଦାବାହାଲ ଆଦି ଗାଁରେ ନିଜର ପ୍ରଚାର କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ଧର୍ମଗଡ ବ୍ଳକ ବିଜେଡି ସଭାପତି ଟିକମନ ଯାଦବ, ଲବଣୀ ଯାଦବ, ବଳଭଦ୍ର ମାଝୀ, ମନିନ୍ଦ୍ର ନିଆଲ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.