କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ପୂର୍ବତନ ରେଞ୍ଜ ଅଫିସର ସହ ଦୁଇ ଶହରୁ ଉର୍ଦ୍ଧ କର୍ମୀ ସାମିଲ ହେଲେ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଳକ ସୁନାମାଲଠାରେ ସୋମବାର କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। କୋକସରା ବ୍ଳକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ଓଡ଼ିଶା ପ୍ରଚାର କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ଭାରତ ଭୁଷଣ ବେମାଲ, କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀନୀ ଦ୍ରୈପଦୀ ମାଝୀ, ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀନୀ ରଶ୍ମିରେଖା ରାଉତ, ତୁଷାର ରଞ୍ଜନ ପାଟ୍ଟଯୋଶୀ, ଧର୍ମଗଡ଼ ସଭାପତି ପ୍ରେମଲାଲ ସାଗର, ପୂର୍ବତନ ଯାଦବ ମହାସଭାର ସଭାପତି ଡମ୍ବରୁଧର ଲହଜଲ, ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ମାର୍ଜ୍ଜନା ପ୍ରଧାନ, ପୂର୍ବତନ କର୍ଲାମୁଣ୍ଡା ବ୍ଳକ ଅଧ୍ୟକ୍ଷା ମାଣିକ ସୁନା, ପୂର୍ବତନ କୋକସରା ବ୍ଳକ ଅଧ୍ୟକ୍ଷା ତପସ୍ବୀନି ପ୍ରଧାନୀ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ରେଞ୍ଜ ଅଫିସର ଲକ୍ଷ୍ମଣ ଶବର ସମେତ ପୂର୍ବତନ ଆମପାଣି ସରପଞ୍ଚ କୁମୁଦ ପୁଝାରୀ, ଅଜୟ ପଣ୍ଡା, ବଳରାମ ପାଣିଗ୍ରାହୀ, ନରହରି ସୁନାନୀ ସମେତ ବିଭିନ୍ନ ଦଳରୁ ଦୁଇ ଶହରୁ ଊର୍ଦ୍ଧ୍ବ କର୍ମୀ ସାମିଲ ହୋଇଥିଲେ। ସେମାନଙ୍କୁ ଦଳ ପକ୍ଷରୁ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଦାସ ଓ ଜିଲ୍ଲା ସଭାପତି ଶ୍ରୀବେମାଲ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମକୁ ତ୍ରିଭୁବନ ନାଏକ ପରିଚାଳନା କରିଥିଲେ। ଆମପାଣି ଜୋନ୍ ସଭାପତି ହରିଶ୍ଚନ୍ଦ୍ର ନାଏକ, ଜତିନ୍ଦ୍ର ଦଲେଇ, କମଲ ଲୋଚନ ନାଏକ, ବ୍ଳକ କଂଗ୍ରେସ କାର୍ଯ୍ୟକାରୀ ସଭାପତି କେଶବ ନାଏକ, ମାଧୁରୀ ନିଆଲ, ମହେନ୍ଦ୍ର ଧରୁଆ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.