ଉଲୁଣ୍ଡା ବ୍ଲକ ଜିଲ୍ଲା ପରିଷଦ ୨ ନମ୍ୱର ଜୋନରେ ବିଜେଡ଼ିର ବିଶାଳ ସମାବେଶ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଜିଲ୍ଲା ପରିଷଦ ୨ ନମ୍ୱର୍ ଜୋନ ର ଉଲୁଣ୍ଡା ବ୍ଲକ୍ ତିକୁଡ଼ା ଝରିଆ ଠାରେ ବିଜୁ ଜନତା ଦଳର ନେତା ଓ କର୍ମୀ ମାନଙ୍କୁ ନେଇ ଏକ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଓ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ଦେହୁରୀ ଯୋଗ ଦେଇ ଦଳୀୟ ଶୃଙ୍ଖଳା ଓ ଏକତା କୁ ବଜାୟ ରଖିବା ପାଇଁ ଏବଂ ବିଜୁ ଜନତା ଦଳକୁ ବିପୁଳ ବିଜୟ କରାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ସାରା ଭାରତରେ ରେକର୍ଡ ସୃଷ୍ଟି କରିବା ପାଇଁ କର୍ମୀ ଓ ସଧାରଣ ଲୋକଙ୍କୁ ନିବେଦନ କରିଥିଲେ। ଆଉ ଗାଁ ଗାଁ ଘରେ ଘରେ ହିତାଧିକାରୀ ମାନେ ବିଭିନ୍ନ ଯୋଜନାରେ ପାଉଥିବା ଅନେକ ଗୁଡ଼ିଏ ସାହାଯ୍ୟ ଓ ନବୀନ ସରକାର ଙ୍କ ନୂଆଁ ଯୋଜନା ଲୋକ ଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ କରିଥିଲେ। ଆଜି ଶ୍ରୀ ସାଂସଦ ଓ ବିଧାୟକ ପ୍ରାର୍ଥୀ ଉଭୟେ ଉଲୁଣ୍ଡା ବ୍ଲକର ମହଦା, କଳାପଥର, ଜଲୋଏ, ମୁଣ୍ଡୋଘାଟ, ରକ୍ସା, ବିଶିପଡ଼ା ଓ ନିମ୍ନା ଗ୍ରାମ ପଞ୍ଚାୟତର କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିବା ବେଳେ ବିଭିନ୍ନ ଗାଁ କୁ ବୁଲି ଲୋକଙ୍କ ସମସ୍ୟା ବୁଝି ଏହାର ତୁରନ୍ତ ସମାଧାନ ପାଇଁ ଶ୍ରୀ ଭୋଇ ଓ ବେହେରା ପଦକ୍ଷେପ ନେବା ସହ ବିଜୁ ଜନତା ଦଳକୁ ବିପୁଳ ବିଜୟ ପାଇଁ ଭୋଟ ଭିକ୍ଷା କରିଥିଲେ। ଜୋନର ପ୍ରତ୍ୟେକ ପଞ୍ଚାୟତରେ ଉଭୟ ନେତା ଶ୍ରୀ ଭୋଇ ଓ ଶ୍ରୀ ବେହେରା ଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଏ ଅଞ୍ଚଳ ର ବିଶିଷ୍ଟ କଣ୍ଠ ଶିଳ୍ପୀ ଶତ୍ରୁଘ୍ନ ଲୁହା, ମହଦା ପଞ୍ଚାୟତର ପ୍ରତାପ ଶତପଥି ସମେତ ଏ ଅଞ୍ଚଳ ର ୩୦ ଜଣ କଂଗ୍ରେସ ଓ ବିଜେପି ଦଳ ର ପ୍ରମୁଖ ନେତା ଆଜି ବିଜୁ ଜନତା ଦଳ ରେ ସାମିଲ୍ ହୋଇଥିଲେ। ଆଜିର ସଧାରଣ ସଭାରେ ବରିଷ୍ଠ ବିଜେଡି ନେତା କୃତ୍ତିବାସ ମିଶ୍ର ସଂଯୋଜନା କରିଥିବା ବେଳେ ଅମିୟ ରଞ୍ଜନ ଦାଶ, ଆଶିଷ ବଡପଣ୍ଡା, ଗୋବିନ୍ଦ ମିଶ୍ର, କୃତିବାସ ଚାନ୍ଦ, ସୋମନାଥ ମିଶ୍ର, ରାଜ କୁମାର ମିଶ୍ର, ଗୌର ସାହୁ, ଉତ୍ତର ପାତ୍ର, ହରି ହର କର୍ଣ୍ଣ, ବିହାରୀ ଲାଲ୍ ମିଶ୍ର, କିଶାନ ଜଗଦଲା ପ୍ରମୁଖ ଯୁବ ଓ ବରିଷ୍ଠ ନେତା ସମସ୍ତ କାର୍ଯକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.