ଗୋଲାମୁଣ୍ଡାଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାରେ ଆସନ୍ତା ମଇ ୧୩ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ସୃଷ୍ଟି ଅଭିଯାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଗତକାଲି ଗୋଲାମୁଣ୍ଡା ବ୍ଲକ ପ୍ରସାଶନ ପକ୍ଷରୁ ଏକ ବାଇକ ଶୋଭାଯାତ୍ରା ବ୍ଲକ ପରିଶରରୁ ବାହାରି ସମଗ୍ର ସହର ପରିକ୍ରମା କରି ଭୋଟରଙ୍କୁ ନିଜ ମତ ସାବ୍ୟସ୍ତ କରିବାକୁ ସଚେତନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ବିଡିଓ ଅକ୍ଷୟ ମିତା କାର୍ତ୍ତିକ, ତହସିଲଦାର ଚନ୍ଦନ ନାଏକ, ଜିପିଓ ରମିତ ପ୍ରଧାନ,ବିପିଏମ ସୁଧାଂଶୁ ବିଶ୍ୱାଳଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ,ତହସିଲ କର୍ମଚାରୀ ଓ ମିଶନ ଶକ୍ତିର କର୍ମଚାରୀ ଉପସ୍ଥିତ ଥିଲେ । ଭୋଟ ହେଉଛି ନାଗରିକ ହେବାର ମୌଳିକ ଅଧିକାର ନିଜର ଅଧିକାରକୁ ସମସ୍ତେ ସାବ୍ୟସ୍ତ କରି ନିଜ ମତଦାନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.