ନର୍ଲାରେ ବିଜେଡ଼ି ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତିଙ୍କ ମାରାଥନ୍ ପ୍ରଚାର

ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ନିବେଦନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି ମାରାଥନ୍ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ରବିବାର ସେ ନର୍ଲା ସହର ଓ ରେଖପୁର ଗାଁରେ ଜୋରଦାର ପ୍ରଚାର କରି ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ। ନିଜ ସମର୍ଥକ, ନର୍ଲା ଜିଲ୍ଲାପରିଷଦ ସଦସ୍ୟ ଲିଲି ଦୀପ, ବିଜେଡ଼ି କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କ ସହ ସେ ଘରକୁ ଘର ଯାଇ ଅଞ୍ଚଳର ବିକାଶ ତଥା ରାଜ୍ୟର ବିକାଶ ଧାରାକୁ ଆଗେଇ ନେବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ। ଘରେ ଘରେ ତାଙ୍କୁ ବନ୍ଦାପନା କରିବା ସହ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଜେଡ଼ିର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତିଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ସେ ଏହି ଅବସରରେ ସମସ୍ତଙ୍କୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ ଚଳିତ ସାଧାରଣ ନିର୍ବାଚନରେ ନର୍ଲା ଅଣସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ (୮୧) ପାଇଁ ବିଜେପିରୁ ଅନିରୁଦ୍ଧ ପଧାନ, ବିଜେଡ଼ିରୁ ମନୋରମା ମହାନ୍ତି, କଂଗ୍ରେସରୁ ଭକ୍ତ ଚରଣ ଦାସ, ଅନ୍ୟାନ୍ୟ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀ ପ୍ରଦୀପ କୁମାର ନାଏକ ନିର୍ବାଚନୀ ମଇଦାନରେ ଅଛନ୍ତି। ସମସ୍ତ ପ୍ରାର୍ଥୀ ନିଜ ନିଜ ପ୍ରଚାର ଚଲାଇ ଥିବାବେଳେ ଏଥର ନର୍ଲାରେ ମୁଖ୍ୟତଃ ତ୍ରିମୁଖି ଲଢେଇ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.