ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ମଧୁବାବୁ ଜୟନ୍ତୀ ଓ ଓକିଲ ଦିବସ ସଂଘର ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ମଧୁବାବୁ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପ୍ରଦିପ ପ୍ରଜ୍ବଳନ କରାଯାଇ ସଭା ଆରମ୍ଭ ହୋଇଥଲା। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଯିବା ସହ ଗଠନ ମୁଳକ କାମରେ ଆଗକୁ ସମସ୍ତେ ସହଯୋଗ କରିବାକୁ ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ ସମସ୍ତ ସଭ୍ୟ ମାନଙ୍କୁ ଆହ୍ବାନ ଦେଇଥିଲେ। ସଭାରେ ବରିଷ୍ଠ ଆଇନଜୀବୀ ବ୍ୟୋମକେଶ ଦାଶ, ସର୍ବେଶ୍ଵର ପୁରୋହିତ, ରାଜେନ୍ଦ୍ର ଅଗ୍ରୱାଲ, ଚମ୍ପେଶ୍ୱର୍ ଥନାପତି, ବିନାୟକ ରଥ, ନନ୍ଦ କିଶୋର ତ୍ରିପାଠୀ, ଅବକାଶ ମିଶ୍ର, ହେମନ୍ତ କୁମାର ସା, କୃଷ୍ଣ ମାହାଣା, ମନୋଜ ବିଶି, ବ୍ରଜେନ୍ଦ୍ର କୁମାର ବିଶି, ଅଜିତ ବାରିକ, ଗଦାଧର ନେଗୀ, ଭାସ୍କର ଦାଶଙ୍କ ସମେତ ସମସ୍ତ ଆଇନଜୀବୀ ଅଂଶ ଗ୍ରହଣ କରିଥିଲେ। ସଭା ଶେଷରେ ସମ୍ପାଦକ ଦାଶଦିପ୍ତ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.