ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ପାଞ୍ଚ ଆହତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଉଡୋଲା ସୁନାମାଲ ରାସ୍ତାରେ ଶନିବାର ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଉଭୟ ବାଇକ୍ ରେ ବସିଥିବା ୫ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ଲଡୁଗାଁର ଦିନେଶ ନାଏକ(୧୯), ପୂର୍ଣ ମାଝୀ (୧୯), ମହମ୍ମଦ ଦିଲଖୁସ (୧୯), ଡୁଡୁକାଠେଙ୍ଗା ପଞ୍ଚାୟତ ବନ୍ଦପଡାର ରାଜେଶ ମାଝୀ (୪୪) ଓ ସୁରେନ୍ଦ୍ର ସାହୁ (୫୪) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଲଡୁଗାଁର ୩ ଯୁବକ ଏକ ବାଇକ୍ ଯୋଗେ ଟେମରା ଗାଁକୁ କାମ କରିବାକୁ ଯାଉଥିବା ବେଳେ ବନ୍ଦପଡାରୁ ଟ୍ରାକ୍ଟର ମରାମତି କରିବା ପାଇଁ ଲଡୁଗାଁ ଆସୁଥିବା ସମୟରେ କାଉଡୋଲା ସୁନାମାଲ ରାସ୍ତାର ଏକ ବୁଲାଣିରେ ସେମାନଙ୍କ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ସେମାନେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ରାସ୍ତାରେ ଯାଉଥିବା ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.