ଧର୍ମଗଡ଼ରେ ବିଜେପିକୁ ଝଟକା; ପଦ୍ମ ଛାଡ଼ି ଶଙ୍ଖ ଧରିଲେ ରବିନ୍ଦ୍ର ପଟ୍ଟଯୋଷୀ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ବଡ଼ ଝଟକା ଲାଗିଛି। ପୂର୍ବତନ ଧର୍ମଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ତଥା ବ୍ଳକ ଅଧ୍ୟକ୍ଷ ରବିନ୍ଦ୍ର ପଟ୍ଟଯୋଶୀ ଭାରତୀୟ ଜନତା ପାର୍ଟିକୁ ବାଏ ବାଏ କରି ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି। ଶ୍ରୀ ପଟ୍ଟଯୋଷୀଙ୍କ ସୁଦୃଢ ସଂଗଠନ ଯୋଗୁଁ ୨୦୧୪ ରେ ବିଜେପି ତାଙ୍କୁ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ କରିଥିଲା। ତେବେ ସେ ପରାଜିତ ହେବାପରେ ମଧ୍ୟ ଦଳୀୟ ସଂଗଠନକୁ ବେଶ୍ ସୁଦୃଢ କରି ରଖିଥିଲେ। ତଥାପି ତାଙ୍କୁ ୨୦୧୯ ନିର୍ବାଚନରେ ଟିକେଟ ନ ମିଲାବା ପରେ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଦଳ ଛାଡ଼ି ବିଜେପିରେ ଯୋଗଦେବା ପରେ ତାଙ୍କୁ ୨୦୨୪ ନିର୍ବାଚନରେ ଧର୍ମଗଡ଼ ବିଧାୟକ ପ୍ରାର୍ଥୀ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେ ବିଜେପିରୁ ଟିକେଟ ପାଇ ନଥିଲେ। ତାଙ୍କ ସମର୍ଥକ, ଶୁଭେଚ୍ଛୁ ପରାମର୍ଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଶ୍ରୀ ପଟ୍ଟଯୋଷୀ ବିଜେଡ଼ିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକଙ୍କ ତରଫରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀ ପ୍ରମୁଖ ଶ୍ରୀ ପଟ୍ଟଯୋଷୀଙ୍କୁ ବିଜେଡ଼ିରେ ସ୍ୱାଗତ କରିଥିଲେ। ତାଙ୍କ ସହିତ ପ୍ରମୋଦ ପଣ୍ଡା, କ୍ଷିରସିନ୍ଧୁ ପ୍ରଧାନୀ, ବିଷ୍ଣୁ ପ୍ରସାଦ ଭଁଏସାଲ, ଖୁସିରାମ ରାଉତ ଓ ବିଜେପିର ଅନେକ କର୍ମୀ ସାମିଲ ହୋଇଥିବା ଜଣାପଡିଛି। ତେବେ ଧର୍ମଗଡ଼ରେ ବିଜେପିକୁ ଧକ୍କା ହୋଇଥିବାବେଳେ ବିଜୁ ଜନତା ଦଳରେ ଶ୍ରୀ ପଟ୍ଟଯୋଷୀ ଯୋଗ ଦେଇଥିବାରୁ ଦଳର ଶକ୍ତି ଆହୁରି ଅଧିକ ବଢ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.