ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହା ବୁଧବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲାର ସୋରଡ଼ାଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇଥିଲେ। ଉପସ୍ଥିତ ଜନସମୁଦାୟକୁ ସମ୍ବୋଧିତ କରିବା ସହ ରାଜ୍ୟ ସରକାରଙ୍କ ଉପରେ ଜୋର୍ ବର୍ଷିଥିଲେ ଶାହା। କେନ୍ଦ୍ରମନ୍ତ୍ରୀ ଶାହ ସଭା ଆରମ୍ଭରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦ୍ୱିତୀୟ ଥର ନବୀନ ବାବୁ ଆସିବ ନାହିଁ ବୋଲି କହିଛନ୍ତି। ଓଡ଼ିଶାର ଜନତା ତାଙ୍କୁ ବିଦାୟ ଦେଉଛନ୍ତି। ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ । ଗତ ୨୫ ବର୍ଷ ମଧ୍ୟରେ ନବୀନ ବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି। ଓଡ଼ିଶାରେ ରୋଜଗାର ଅଭାବ କାରଣରୁ ଲୋକେ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ରୋଜଗାର ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ସେ କହିଛନ୍ତି ଯେ, ଓଡ଼ିଶାରେ ଚାଷୀଙ୍କ ଆୟ ସର୍ବନିମ୍ନ। ପଡ଼ୋଶୀ ଛତିଶଗଡ଼ ବହୁ ପଛରେ ରାଜ୍ୟ ହୋଇ ମଧ୍ୟ ସେଠାରେ ଚାଷୀମାନଙ୍କର ଆୟ ଓଡ଼ିଶା ତୁଳନାରେ ଅଧିକ। ଛତିଶଗଡ଼ରେ ବିଜେପି ସରକାର ଧାନ କୁଇଣ୍ଟାଲ ୩୧୦୦ ଟଙ୍କାରେ କିଣୁଛି। ଶ୍ରୀ ସାହା ତାଙ୍କ ତାଙ୍କ ଅଭିଭାଷଣରେ କହିଥିଲେ, ନବୀନ ବାବୁଙ୍କ ଜିଲା ଗଞ୍ଜାମ ହୋଇଥିଲେ ମଧ୍ୟ ଏହି ଜିଲାର ବିକାଶ ହୋଇପାରିନାହିଁ। ଆମକୁ ଭୋଟ୍ ଦେଇ ଜିତାଇଲେ ଆମେ ଏହି ଜିଲାକୁ ୧ ନଂ କରିଦେବୁ।