ପୂର୍ଣ୍ଣାହୁତି ସହ ସମାପନ ହେଲା ସର୍ଗିଗୁଡାର ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ

ଦହିହାଣ୍ଡି ଭଙ୍ଗା ପର୍ବରେ ହଜାର ହଜାର ଭକ୍ତଙ୍କର ସମାବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ର ସର୍ଗିଗୁଡା ଗ୍ରାମର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞର ଗୁରୁବାର ସକାଳ ୭.୧୫ ସମୟରେ ପୂର୍ଣ୍ଣାହୂତି ପଡିଛି। ଗତ ମଇ ୨୦ରୁ ଆରମ୍ଭ ହୋଇ ୨୩ ତାରିଖ ଯାଏଁ ତିନିଦିନ ଧରି ମହା ଆଡମ୍ବର ସହକାରେ ଅଖଣ୍ଡ ନାମଯଜ୍ଞ କାର୍ଯ୍ୟକ୍ରମ ଚାଲିବା ପରେ ଗୁରୁବାର ସକାଳ ୭.୧୫ ରେ ସର୍ଗିଗୁଡା ସଂକୀର୍ତ୍ତନ ମଣ୍ଡଳୀ ନାମ ଛାଡିଥିଲେ। ବ୍ରହ୍ମା ପଣ୍ଡିତ ପ୍ରଫୁଲ୍ଲ କୁମାର ସୁପକାରଙ୍କ ଆଶୀର୍ବଚନ ପରେ କର୍ତ୍ତା ଶ୍ରୀ ବେହେରା ଦମ୍ପତି ଦହିହାଣ୍ଡି ନେଇ ଗ୍ରାମ ପରିକ୍ରମା କରିଥିଲେ। ସର୍ଗିଗୁଡାବାସୀ ପ୍ରତ୍ୟେକଙ୍କ ଘରଦାଣ୍ଡରେ ଝୋଟି ମୁରୁଜ ଦେଇ କଳସ ସ୍ଥାପନା କରି ରାଧା କୃଷ୍ଣଙ୍କୁ ସ୍ୱାଗତ କରି ପୂଜାର୍ଚ୍ଚନା ଓ ବନ୍ଦାପନା କରିଥିଲେ। ଏହାପରେ ନାମଯଜ୍ଞ ମଣ୍ଡପରେ ଦହିହାଣ୍ଡି ଭଙ୍ଗା ପର୍ବ ହୋଇଥିଲା। ପଧାନ ପରିବାରର ଦାୟାଦ ପ୍ରକାଶ ପଧାନ ଗୁଆ ପାଇବାରେ ସଫଳ ହୋଇଥିଲେ। ଏହାପରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗାଁ ସାରା ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୨୪ ପ୍ରହର ନାମଯଜ୍ଞରେ ସର୍ଗିଗୁଡା ଆଖପାଖ ୧୩ ଗୋଟି ଗ୍ରାମରୁ ହଜାର ହଜାର ସଂକୀର୍ତ୍ତନ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ପ୍ରତ୍ୟହ ଲାଗି ରହୁଥିଲା। କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବରଗଡ ଓ ନବରଙ୍ଗପୁର ଜିଲ୍ଲାରୁ ନାମକରା ୧୧ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ ପାଇଁ ଆସିଥିଲେ। ସ୍ଥାନୀୟ ସର୍ଗିଗୁଡା, ବେହେରାପାଟି, ନର୍ଲା ସମେତ ୧୪ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନାମଯଜ୍ଞରେ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟହ ମଧ୍ୟାହ୍ନ ଓ ରାତିରେ ୧୦,୦୦୦ ରୁ ଉର୍ଦ୍ଧ୍ୱ ଭକ୍ତ ଅନ୍ନ ଛତ୍ରରେ ଅନ୍ନ ପ୍ରସାଦ ସେବନ କରୁଥିଲେ। ନାମଯଜ୍ଞ ପରିଚାଳନା କମିଟିର ସଭାପତି ନାରାୟଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ କିଶୋରୀମଣି ବେହେରା ଓ ଗୌରଚନ୍ଦ୍ର ବେହେରା ଦମ୍ପତି ନାମଯଜ୍ଞ କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହ କରିଥିଲେ। କମିଟିର ଉପସଭାପତି ଜୟଦେବ ପୋଢ, ଶେଷଦେବ ପଧାନ, ସମ୍ପାଦକ ଲଳିତ ପଧାନ, ଯୁଗ୍ମ ସମ୍ପାଦକ ସଞ୍ଜୟ ନାଏକ, କୋଷାଧ୍ୟକ୍ଷ ଜତୀନ ସାହୁ, ଏବଂ ମାର୍ଗଦର୍ଶକ ମଣ୍ଡଳୀରେ ରହିଥିବା ଜହରଲାଲ ବିଶ୍ୱାଳ, ଗିରିଧାରୀ ଗୌଡ, ବୀରକିଶୋର ମାଝୀ, ଜଗମୋହନ ପଧାନ, ସନାତନ ବିଶ୍ୱାଳ, ତ୍ରୀଲୋଚନ ନାଏକ, ଭକ୍ତଚରଣ ନାଏକ ପ୍ରମୁଖ ଦାଇତ୍ୱ ସଂପାଦନ କରିଥିଲେ। ଲୋକନାଥ ବିଶ୍ୱାଳ, ପଙ୍କଜ ପଧାନ, ଅଶ୍ୱିନ ପଧାନ, ଚକ୍ରଧର ସା, ଉଗ୍ରେସନ ଗଉଡ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାହ୍ନୁ ମାଝୀ, ପୂର୍ଣ୍ଣଚନ୍ଦ୍ର ବେହେରା, ମଳୟ ପଣ୍ଡା, ରଞ୍ଜନ ବିଶ୍ୱାଳ, ରବିନ ବାଗ, ଆଶିଷ ବିଶ୍ମବାଳ, ମନୋଜ ନାଏକ, ଯୁଗେଶ୍ୱର ବିଶ୍ୱାଳ, ଅନନ୍ତ ମାଝୀ, ପ୍ରହଲ୍ଲାଦ ସେଠୀ, ଅର୍ଛୁତ ପଧାନ,ଭବାନୀ ନାଏକ ପ୍ରମୁଖ ରହିଥିବା ବେଳେ ଅତିଥି ସତ୍କାରରେ ପ୍ରଦୀପ କୁମାର ନାଏକ, ପ୍ରଫୁଲ୍ଲ ନାଗ, ଖଗେଶ୍ୱର ବିଶ୍ୱାଳ, ସେହିଭଳି କାଉଣ୍ଟର ଦାଇତ୍ୱରେ ବିନୟ ଭୋଇ, ରଜତ ନାଏକ, ନେପାଳ ନାଏକ ପ୍ରମୁଖ ଦାଇତ୍ୱ ତୁଲାଇଥିଲେ। ଫୁଲ ଚନ୍ଦନ,ପୁଜନ ଓ ପ୍ରସାଦ ପ୍ରସ୍ତୁତିରେ ବସନ୍ତ ପୋଢ, ପୀତବାସ ନାଗ, କୃଷ୍ଣ ପୋଢ, ବୈଷ୍ଣବ ନାଏକ, ସୁଦାମ ଜାଲ, କବିରାଜ କରୁଆଁ, ଘନଶ୍ୟାମ ଭୋଇ, ତମାଖୁର ମାଝୀ, ଯଦୁ ମାଝୀ ଓ ଲବଣୀ ରହିଥିଲେ। ସେହିଭଳି ଭୋଜନ ମଣ୍ଡପ ଦାଇତ୍ୱରେ ରତ୍ନାକର ପାଢୀ, ବିରଞ୍ଚି ମାଝୀ, ଯଦୁ ନାଏକ, ଗଜୀନ୍ଦ୍ର ମାଝୀ, ପ୍ରମୋଦ ରାଉତ, ମଣ୍ଟୁ ଅଗ୍ରୱାଲ, ରତନ ଅଗ୍ରୱାଲ, ଲକ୍ଷ୍ମୀଧର ପଟ୍ଟନାୟକ, ଅଜୟ ନାଏକ, ସମୀର ନାଏକ, ନିକୁଞ୍ଜ ନାଗ, ଆଶିଷ ବିଶ୍ବାଳ, ସଞ୍ଜୟ ସରାଫ, ମୁଚୁ ମାଝୀ, ଡେବା ମାଝୀ, ମଦନ ମାଝୀ, ସଂକୀର୍ତ୍ତନ ପଧାନ, କିଶୋର ନାଏକ, ଅଜୟ ନନ୍ଦ, କେତନ ନାଏକଙ୍କ ସମେତ ଗ୍ରାମର ସମସ୍ତ କିଶୋର, ଯୁବକ ଓ ମହିଳା ମାନେ ଅଂଶ ଗ୍ରହଣ କରି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିବା କାଟିବା ଦାଇତ୍ୱରେ ମାଝୀ ପଡାର ମହିଳା ମାନେ ରହିଥିଲେ। ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ପରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କ ସହଯୋଗରେ ଏତେ ବଡ ନାମଯଜ୍ଞ ସଫଳ ହୋଇ ପାରିଥିବାରୁ ସଭାପତି ଶ୍ରୀ ମାଝୀ, ସମ୍ପାଦକ ଲଳିତ ପଧାନ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.