ସମାପନ ହେଲା ବେହେରା ଗାଁର ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ

ଦଧି ହାଣ୍ଡି ଭଙ୍ଗା ପର୍ବରେ ଶତାଧିକ ଭକ୍ତ ସାମିଲ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ସନାତନ ଧର୍ମଧାରାରେ ନାମ ସଂକୀର୍ତ୍ତନର ବିଶେଷ ଗୁରୁତ୍ୱ ରହିଛି। କଳି ଯୁଗର ମହାମନ୍ତ୍ର ହେଉଛି ହରି ନାମ କିର୍ତ୍ତନ। ହରି ନାମ ମହାମନ୍ତ୍ର କଳି କଳୁଷ ଧ୍ବଂସ କରିବା ସହ ଅଞ୍ଚଳରେ ଶାନ୍ତି ମୈତ୍ରୀର ଭାବଧାରାକୁ ଅଧିକ ଉଜ୍ଜିବୀତ କରିଥାଏ। ଏହାକୁ ଦୃଷ୍ଟିରେ ରଖି ଦଣ୍ଡପାଟ ଅଞ୍ଚଳର ଐତିହ୍ୟ ସଂପନ୍ନ ଗ୍ରାମ ବେହେରାରେ ଆୟୋଜିତ ହୋଇଥିଲା ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ। ହରି ନାମା ମୃତ ଶ୍ରବଣ କରିବାକୁ ଛୁଟି ଆସୁଥିଲେ ଅଞ୍ଚଳର ହଜାର ହଜାର ଜନତା। ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ବେ ମଧ୍ୟ ଅତିଥିମାନଙ୍କୁ ଯଥାଚିତ ସତ୍କାର କରିଥିଲେ ନାମ ଯଜ୍ଞ କମିଟି, ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଓ ବେହାରା ଗ୍ରାମବାସୀ ବୃନ୍ଦ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମରେ ଆୟୋଜିତ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଶନିବାର ପୂର୍ଣ୍ଣାହୁତି ସହ ସମାପନ ହେଇଛି। ଗତ ଗୁରୁବାର ସକାଳ ୦୬:୩୦ ରୁ ନାମ ଆରମ୍ଭ ହେଇ ଶନିବାର ସକାଳ ୦୬:୩୦ରେ ନାମ ସମାପନ ହୋଇଛି। ଜ୍ୟୋତିର୍ବିଦ ଭୁପେଶ ତିୱାରୀ, ମୋହନ ତିୱାରୀ, ମିଥିଲେଶ ତିୱାରୀ, ପ୍ରଦୀପ ତିୱାରୀ, ଉମେଶ ତିୱାରୀଙ୍କ ଆର୍ଶୀବଚନ ପରେ କର୍ତ୍ତା ତ୍ରିନାଥ ଗୋପାଳ ସପତ୍ନୀ ଶୀତୟା ଗୋପାଳ ଦହିହାଣ୍ଡି ଧରି ଗ୍ରାମ ପରିକ୍ରମା କରିଥିଲେ। ବେହେରା ଗ୍ରାମବାସୀ ପ୍ରତ୍ଯେକ ଘରଦାଣ୍ଡ ସମ୍ମୁଖରେ ଝୋଟି ମୁରୁଜ ଦେଇ କଳସ ସ୍ଥାପନ କରିବା ସହ ଦମ୍ପତ୍ତିଙ୍କୁ ବନ୍ଦାପନା କରିଥିଲେ। ଏହାପରେ ନାମଯଜ୍ଞ ମଣ୍ଡପରେ ଦହିହାଣ୍ଡି ଭଙ୍ଗା ପର୍ବ ଅନୁଷ୍ଠିତ ହେଇଥିଲା। ନାମଯଜ୍ଞ କର୍ତ୍ତା ଦମ୍ପତି ତରଫରୁ ଗ୍ରାମବାସୀ ସାମୂହିକ ପ୍ରସାଦ ସେବନ କରିଥିଲେ। ଚଳିତ ବର୍ଷ ଦଣ୍ଡପାଟ ଅଞ୍ଚଳର ୧୪ଗୋଟି ପଞ୍ଚାୟତରୁ ହଜାର ହଜାର ଭକ୍ତମାନଙ୍କ ଭିଡ ଲାଗି ରହିଥିଲା ତା ସାଙ୍ଗକୁ ପଡୋଶୀ ରାଜ୍ୟ ଛତିଶଗଡ଼, ନବରଙ୍ଗପୁର ଜିଲ୍ଲାରୁ ମଧ୍ଯ ଶ୍ରଦ୍ଧାଳୁ ଭକ୍ତ ସାମିଲ ହେଇଥିଲେ। ଉକ୍ତ ନାମଯଜ୍ଞରେ ଆଖପାଖ ଜିଲ୍ଲାରୁ ଆଠଗୋଟି ସଂକିର୍ତ୍ତନ ଦଳ ଯୋଗଦେଇଥିଲେ। ପ୍ରତ୍ୟହ ମଧ୍ୟାହ୍ନ ଓ ରାତିରେ ୧୦,୦୦୦ରୁ ଉର୍ଦ୍ଧ୍ବ ଭକ୍ତ ସାମୂହିକ ପ୍ରସାଦ ସେବନ କରିଥିଲେ। ପରିଚାଳନା କମିଟି ସଭାପତି ମଣ୍ଟୁ ଅଗ୍ରୱାଲଙ୍କ ତତ୍ବାବଧାନରେ ସମ୍ପାଦକ ମୁନା ନାଏକ, ଲଲିତ ନାଏକ, ହେମାଳ ନାଏକ, ବବଲୁ ଅଗ୍ରୱାଲ, ରଜନୀକାନ୍ତ ନାଏକ, ରାଜୁ ରାଉତ, ତୁଲସୀରାମ ବାରିକ, ଡମ୍ବରୁ ଗୋପାଳ, ଅର୍ଜୁନ ରଣା, ସୁରେନ୍ଦ୍ର ସାହୁ, ମହେନ୍ଦ୍ର ନାଏକ, ସଚ୍ଚିଦାନନ୍ଦ ଗଉଡ, ରିଂକୁ ଅଗ୍ରୱାଲ, ବିକାଶ ଅଗ୍ରୱାଲ,ପୂର୍ବତନ ବ୍ଲକ ଅଧ୍ଯକ୍ଷ ବଳରାମ ପୂଝାରୀ, ଘନଶ୍ୟାମ ପଟେଲ, ଶୁକ୍ଲୁ ପଟେଲ, ତପୁ ନାଏକ, କିରଣ କୁମାର ପାଣିଗ୍ରାହୀ, ଜଗୁ ଗୋପାଳ, ବାମନ ଗୋପାଳ, କ୍ଷୀରସିନ୍ଧୁ ବାଣୁଆ, ଦିକଚନ୍ଦ ପଟେଲ ପ୍ରମୂଖ ନିଜ ନିଜ ଦାଯିତ୍ବ ସଂପାଦନ କରିଥିଲେ। ଉକ୍ତ ଅଖଣ୍ଡ ନାମଯଜ୍ଞରେ ଦନ୍ତେଶ୍ବରୀ ଯୁବକ ସଂଘ, ଦନ୍ତେଶ୍ବରୀ ମହିଳା ସଂଘ, ଦଣ୍ଡପାଟ ଡ୍ରାଇଭର ମହାସଂଘର ସମସ୍ତ କର୍ମକର୍ତ୍ତା ସେବାରେ ଲାଗି ପଡିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.