କୋଲକାତାରେ ଲାଗୁ ହେବ ୧୪୪ ଧାରା!

ଓଡ଼ିଆ ବାର୍ତ୍ତା/ କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର କୋଲକାତାରେ ଧାରା ୧୪୪ ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ଆସନ୍ତା ୨୮ ତାରିଖରୁ ୬୦ ଦିନ ପାଇଁ ୧୪୪ ଧାରା ଲାଗୁ ହେବ। ଏହି ଅନୁଯାୟୀ କୋଲକାତାର ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ ଲୋକ ଠିଆ ହେବା ଉପରେ ପ୍ରତିବନ୍ଧକ ଲଗାଯିବ। ସରକାର କହିଛନ୍ତି, ସହରରେ ହିଂସାତ୍ମକ ପ୍ରଦର୍ଶନ ହେବାର ସମ୍ଭାବନା ରହିଛି, ଯାହା ଦ୍ୱାରା ଜନସାଧାରଣଙ୍କ ଶାନ୍ତି ବିପର୍ଯ୍ୟସ୍ତ ହୋଇପଡ଼ିବ। କୋଲକାତା ପୋଲିସ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, ୫ କିମ୍ବା ଅଧିକ ବ୍ୟକ୍ତିଙ୍କ କୌଣସି ବେଆଇନ ସଭା ଉପରେ ନିଷେଧାଦେଶ ଆସନ୍ତା ୨୮ରୁ ଜୁଲାଇ ୨୬ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.