ସୋନପୁରରେ ଲଞ୍ଚିଂ ହେଲା ସୋନାଲିକାର ନୂଆ ମଡେଲ ଟାଇଗର ସିରିଜ୍ ଟ୍ରାକ୍ଟର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ପ୍ରତୀକ ଟେଣ୍ଟ ହାଉସ୍ ଠାରେ ସୋନାଲିକା ଟ୍ରାକ୍ଟର କମ୍ପାନୀର ନୂଆ ମଡେଲ ଟାଇଗର ସିରିଜ ଟ୍ରାକ୍ଟରର ଲୋକାର୍ପଣ ଉତ୍ସବ ମହା ସମାରୋହରେ ରେ ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରମା ମୋଟର୍ସ ଦ୍ବାରା ଆୟୋଜିତ ଡିଲର ପ୍ରଶାନ୍ତ ବାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋନାଲିକା ଟ୍ରାକ୍ଟର ସିନିୟର ହେଡ ବିବେକ୍ ବାଜପେୟୀ, ସିନିଅର ସିସିଏମ କୃପାସିନ୍ଧୁ ପଣ୍ଡା, ଏରିଆ ମେନେଜର ଚିତ୍ତରଞ୍ଜନ ଦାସ, ସିସିଆଇ ଶୁକଦେବ ଦାସ, ପିସିଏଚ୍ ଆଚାର୍ଯ୍ୟ କୁମାର୍ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସୋନାଲିକା କମ୍ପାନୀର ନୂତନ ଟାଇଗର ସିରିଜ୍ ଟ୍ରାକ୍ଟରର ଲିଜେଣ୍ଡାରି ପାୱାର, ଷ୍ଟାଡ଼ାଣ୍ଡ ହାଇଡ୍ରଲିକ୍ସ ଏକ୍ସୋ ସେନ୍ସଙ୍ଗ, ୨୫୦୦କେଜି ଲିଫ୍ଟ କେପାସିଟି, ମଲ୍ଟି ସ୍ପିଡ୍ ଏଡିସନ୍, ଇଉରୋପ ଡିଜାଇନିଂ ଓ ଏହାର ଭବିଷ୍ୟତ ଏବଂ ଟେକ୍ନୋଲୋଜି ବିଷୟରେ ବିସ୍ତୃତ ବୀବରଣୀ ପ୍ରଦାନ କରିଥିଲେ। ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଚାରି ହଜାର ଟ୍ରାକ୍ଟର ର ମର୍କେଟି ହୋଇ ସାରିଥିବା ବେଳେ ସାରା ଭାରତରେ ଏହି କମ୍ପାନୀର ୧୫ ଲକ୍ଷ ଟ୍ରାକ୍ଟର ବିକ୍ରୟ ହୋଇଥିବା କମ୍ପାନୀ ହେଡ଼ ଶ୍ରୀ ବାଜପେୟୀ ପ୍ରକାଶ କରିଛନ୍ତି। ଏଥିରେ ନିଉଁ ମୋଡେଲ ଟ୍ରାକ୍ଟରର ବୁକିଂ ଓ ଡେଲିଭରି କରାଯାଇଥିବା ବେଳେ ଗ୍ରାହକ ମାନେ ଏହି ଟାଇଗର ସିରିଜ୍ ମୋଡେଲ କୁ ଖୁବ୍ ପସନ୍ଦ କରିଥିଲେ। ଅଲ୍ ଓଡ଼ିଶା ଲେବେଲରେ କମ୍ପାନୀ ତରଫରୁ ହୋଇଥିବା ଲଟେରୀ ବିଜେତା ତରଭା ବ୍ଲକ୍ ର ଚାଷୀ ଟେଙ୍ଗନୋ କର୍ମୀଙ୍କୁ ଏକ ସୋନାଲିକା ଟ୍ରାକ୍ଟର ପ୍ରଦାନ କରଯାଇଥିବା ବେଳେ ଅନେକ ଗୁଡ଼ିଏ ଚାଷୀ ବା ଗ୍ରାହକ ଙ୍କୁ ସିଲ୍ଭର ମେଡେଲ, ଗୋଲ୍ଡ ମେଡେଲ ଓ ଆକର୍ଷଣୀୟ ଉପହାର ସବୁ ପ୍ରଦାନ କରଯାଇଥିଲା। ଚାଷର ଉନ୍ନତି ଚାଷୀର ପ୍ରଗତୀ ପାଇଁ ଉଦ୍ଧିଷ୍ଟ ଏହି କାର୍ଯ୍ୟକ୍ରମ ସୋନପୁର ଜିଲ୍ଲା ପାଇଁ ଏହା ବେଶ୍ ଫଳପ୍ରଦ ହୋଇଥିଲା ବେଳେ ଏଥିରେ ହଜାର ସଂଖ୍ୟାରେ ଗ୍ରାହକ, ବ୍ୟାଙ୍କ୍ କର୍ମଚାରୀ, ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀ, ଟ୍ରାକ୍ଟର ଶୋ ରୁମ୍ କର୍ମଚାରୀ ଯୋଗ ଦେଇଥିଲେ। ଲୋକାର୍ପଣ ଉତ୍ସବ ସଭାକୁ ତନିଷା ଅଗ୍ରୱାଲା ସଂଯୋଜନା କରିଥିବା ବେଳେ ଗୀତିକାର ଦେବାନନ୍ଦ ଦାସ ଏକ ଦେଶାତ୍ମବୋଧକ ସଂଗୀତ ଗାନ କରି ଗ୍ରାହକଙ୍କ ମନୋରଞ୍ଜନ କରାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.