ସୁବ୍ୟବସ୍ଥିତ ରବି ଧାନ କ୍ରୟ ପାଇଁ ନିୟନ୍ତ୍ରଣ କକ୍ଷ ସହ ଫୋନ ନମ୍ବର ଜାରି କଲେ ଜିଲ୍ଲାପାଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାରେ ଚାଷୀ ମାନଙ୍କ ରବି ଧାନ ସୁବିଧାରେ ଏବଂ ବ୍ୟବସ୍ଥିତ ହିସାବରେ ଯୋଗାଣ ବିଭାଗ କ୍ରୟ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଗତ ୨୨ ତାରିଖରେ ବିନିକା ବଜାର ପ୍ରାଙ୍ଗଣରେ ଜିଲ୍ଲାର ଧାନ କ୍ରୟ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଚାଷୀ ନେତ୍ରୀ ସୋନାଲି ବିଶି ଚାଷୀ ର କିଛି ଅସୁବିଧା ପାଇଁ ଟୋଲ ଫ୍ରି ନମ୍ବର ଜାରି କରିବା ପାଇଁ ଜିଲ୍ଲପାଳଙ୍କ ସହ ଆଲୋଚନା କରିଥିଲେ। ଆଜି ପ୍ରଶାସନ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚୀତ କରାଯାଇଛି ଯେ ଜିଲ୍ଲାରେ ଧାନ ବିକ୍ରୟ ସମୟରେ ଚାଷି ମାନଙ୍କ କୌଣସି ଅସୁବିଧା ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ଯୋଗାଣ ବିଭାଗରେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏହାର ଦାୟିତ୍ୱରେ ବିଭିନ୍ନ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇ ଥିବାବେଳେ ସେମାନେ ଚାଷୀ ମାନଙ୍କର ଧାନ ବିକ୍ରି ସମ୍ବନ୍ଧୀୟ ସମସ୍ୟା ବୁଝିବା ସହିତ ଜିଲ୍ଲାରେ ଦୈନିକ ଧାନକ୍ରୟର ହିସାବ ରଖିବେ ଏବଂ ମିଲର ମାନଙ୍କ ଦ୍ୱାରା ସମୟୋଚିତ ଧାନ ଉଠାଣ ଉପରେ ଗୁରୁତ୍ୱ ଦେବେ। ଏହି ଜିଲ୍ଲା ସ୍ତରୀୟ ନିୟନ୍ତ୍ରଣ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ମୋବାଇଲ ନମ୍ବରରେ କୌଣସି ଚାଷୀ ସେମାନଙ୍କ ଧାନ ବିକ୍ରୟ ସମ୍ବନ୍ଧୀୟ ସମସ୍ୟା ଏବଂ ଅଭିଯୋଗ ଜଣାଇପାରିବେ। ସେମାନେ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ ଯୋଗେଶ୍ୱର ସାଇ – 7608958282, ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଭାତ କୁମାର ଦାଶ- 9668574334। ଏହା ସହିତ ସୋନପୁର ଓ ତରଭା ବ୍ଲକ ପାଇଁ ଡାଟା ଏଣ୍ଟ୍ରି ଅପରେଟର ଆଶିଷ କୁମାର ମେହେର- 8658889912, ବୀରାମହରାଜପୁର ଓ ଉଲୁଣ୍ଡା ବ୍ଲକ ପାଇଁ ଡାଟା ଏଣ୍ଟ୍ରି ଅପରେଟର ଶିବାଶଙ୍କର ଦାଶ- 7751868811ଏବଂ ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ପାଇଁ ଡାଟା ଏଣ୍ଟ୍ରି ଅପରେଟର ରଞ୍ଜନ ଦୀପ- 9853221759 ଙ୍କ ମୋବାଇଲ ନମ୍ବର ସହିତ ଯୋଗାଯୋଗ କରି ଅଭିଯୋଗ ଦାଖଲ କରିପାରିବେ ନେଇ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.