ସମାଜସେବୀଙ୍କ ପ୍ରୟାସରେ ସରକାରୀ ସହାୟତା ପାଇବେ ଟଙ୍କଧର; ତିଆରି ହେବ ଆଧାର କାର୍ଡ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୁନିଆ କ’ଣ ଜାଣିବା ପୂର୍ବରୁ ପିତା ମାତାଙ୍କୁ ହରେଇ ପିତା ମାତାଙ୍କ ସ୍ନେହ ମମତାରୁ ବଂଚିତ ଟଙ୍କଧର l ଵିଧିର ବିଧାନ ଅତି ଚମତ୍କାର l ନିଜ ଛୁଆକୁ ଜନ୍ମଦେଇ ମାତ୍ର ଦଶ ଦିନରେ ମା ଙ୍କ ମୃତ୍ୟ l ଏହାର ଏକ ମାସ ପରେ ପିତାଙ୍କ ଦେହାନ୍ତ l ଜନ୍ମରୁ ମା ବାପାଙ୍କ ସ୍ନେହ ମମତା କଣ ତାହା ଟଙ୍କଧରକୁ ମିଳିପାରିନାହିଁ l ସୂଚନା ଅନୁଯାୟୀ କଳମପୁର ବ୍ଲକ ଦେପୁର ଗାଁର ଲିଙ୍ଗରାଜ ଚଳାନ ଓ ସ୍ତ୍ରୀ କୁମୁଦିନୀ ଚଳାନ ଦୁହିଁଙ୍କୁ ନେଇ ପରିବାର ବେଶ ହସ ଖୁସିରେ ଚାଲୁଥିଲା l ଲିଙ୍ଗରାଜ ପେସାରେ ଜଣେ ଡ୍ରାଇଭର l ବିବାହର ବର୍ଷେ ପରେ ପରିବାରକୁ ଏକ ପୁତ୍ର ସନ୍ତାନ ଆସିଲା l ହେଲେ ଜନ୍ମ ହେବାର ଦଶ ଦିନ ପରେ କୁମୁଦିନୀଙ୍କ ରକ୍ତ ହୀନତାରୁ ଦେହାନ୍ତ ହେଲା l ଏହାର ଗୋଟିଏ ମାସ ପରେ ଲିଙ୍ଗରାଜଙ୍କ ମଧ୍ୟ ଜ୍ଵରରେ ଦେହାନ୍ତ ହେଲା l ଦେଖୁ ଦେଖୁ କଅଁଳ ଶିଶୁଟି ଅନାଥ ହୋଇଗଲା l ଟିକିଏ ବଡହେଲା ପରେ ସେ ଜୁନାଗଡ଼ ବ୍ଲକ କୋଏଲ ଗାଁରେ ନିଜ ଅଜା ଘରେ ରହି ଦଶମ ଶ୍ରେଣୀ ପ୍ରଯ୍ୟନ୍ତ ପାଠ ଆରମ୍ଭ କଲା l ଏ ବର୍ଷ ଟଙ୍କଧର ମାଟ୍ରିକରେ ଆଡ଼ମିସନ କରିଛି କୋଏଲ ଗାଁ ହାଇସ୍କୁଲ ଠାରେ l ହେଲେ ଆଧାର ନଥିବାରୁ ସେ ମାଟ୍ରିକ ଶ୍ରେଣୀର ଅନେକ ଯୋଜନାରୁ ବଂଚିତ ରହିବା ନେଇ କିଛି ବଦାନ୍ୟ ବ୍ୟକ୍ତି ଜଣେଇଥିଲେ l ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରୁ ମଧ୍ୟ ବଂଚିତ ରହିବ ବୋଲି ଜଣେଇଥିଲେ l ଆଗାମୀ ଦିନରେ ପାଠ ପଢ଼ାରେ ମଧ୍ୟ ବଂଚିତ ହେବାର ସମ୍ଭାବନା ରହିଛି ବୋଲି କହିଥିଲେ l ଏହି ସମସ୍ୟା ବିଷୟରେ ସମାଜସେବୀ ଯଶୋବନ୍ତ ରଣା କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ମହାପାତ୍ରଙ୍କୁ ଜଣେଇ ତା’ର ଆଧାର କାର୍ଡ ତିଆରି ସହ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବାପାଇଁ ଅନୁରୋଧ କରିଥିଲେ l ଏହି ସମସ୍ୟାକୁ ଗୁରୁତ୍ୱର ସହ ନେବା ସହ ଏହାର ଅନୁଧ୍ୟାନ ପାଇଁ ପରିଦର୍ଶକ ଗୁରୁ ପ୍ରସାଦ ନାଏକଙ୍କୁ ଅନୁଧ୍ୟାନ ପାଇଁ ପଠେଇଥିଲେ l ଆଜି ଗୁରୁ ପ୍ରସାଦ ନାଏକ, ଯଶୋବନ୍ତ ରଣା ଟଙ୍କଧରଙ୍କ ଘରକୁ ପହଂଚି ଶିଶୁର ସମସ୍ତ ଅସୁବିଧା ବିଷୟରେ ବୁଝିଥିଲେ l ଏହି ସମୟରେ ଗାଁର ଅଙ୍ଗନୱାଡି କର୍ମୀ କୁମୁଦିନୀ ବାଗ, ଆଶା କର୍ମୀ ଚନ୍ଦ୍ରମା ପାନ ଓ ଗାଁର ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ l ଆସନ୍ତା କାଲି ୧୨ ତାରିଖ ଦିନ ଟଙ୍କଧରର ଆଧାର କାର୍ଡ ତିଆରି କରିବାପାଇଁ ନିଷ୍ପତି ହେଲା l ସେହିପରି ସେ କୋଏଲ ଗାଁ ସ୍କୁଲରେ ମାଟ୍ରିକ ପ୍ରଯ୍ୟନ୍ତ ପଢ଼ି ପରେ ଭବାନୀପାଟଣାର ଏକ ଆଶ୍ରମ ସ୍କୁଲରେ ରହି +୨ ପଢିବ l ତାକୁ ମାସିକ ୪ ହଜାର ଟଙ୍କା ପ୍ରଦାନ ସହ ଗ୍ରୀନ ପେସେଜ କାର୍ଡ ତିଆରି ପାଇଁ ନିଷ୍ପତି ହେଲା l ସମାଜସେବୀଙ୍କ ଏହିପରି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.